pakka

ବାଜିଲା ନିର୍ବାଚନୀ ବିଗୁଲ୍‌, ତେଜିଲା ଟିକେଟ୍ କସରତ : ତିନି ପ୍ରମୁଖ ଦଳ ପାଇଁ ଦକ୍ଷ ପ୍ରାର୍ଥୀ ଖୋଜା ବଡ଼ ଚ୍ୟାଲେଞ୍ଜ

bbehera

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବାଜିଲା ନିର୍ବାଚନୀ ବିଗୁଲ୍ ତେଜିଲା ଟିକେଟ୍ କସରତ। ବିଜେଡି, ବିଜେପି, କଂଗ୍ରେସ । ଦକ୍ଷ ପ୍ରାର୍ଥୀ ବାଛିବାରେ ଲାଗି ପଡ଼ିଛନ୍ତି ତିନି ଦଳ । ସର୍ଭେ ରିପୋର୍ଟ ଆଧାରରେ ଅଙ୍କକଷୁଛନ୍ତି ଶୀର୍ଷ ନେତୃତ୍ୱ । ମହିଳା, ଯୁବ ଓ ବରିଷ୍ଠଙ୍କୁ ଟିକେଟ୍‌ ଦେବା ନେଇ ଚାଲିଛି ବିଚାର ବିମର୍ଶ । ବିଜେଡି ୨୦୨୪ ନିର୍ବାଚନ ପାଇଁ ସାଂଗଠନିକ ସ୍ତରରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହୁଥିବାବେଳେ ମୈଦାନରେ ମାଳ ମାଳ ଆଶାୟୀ ଟିକେଟ୍‌ ବଣ୍ଟନ ଅଙ୍କକୁ ଆହୁରି ଜଟିଳ କରୁଛନ୍ତି । ବିଦ୍ରୋହୀଙ୍କୁ କିପରି ମ୍ୟାନେଜ୍‌ କରାଯିବ ଏବଂ ଷଷ୍ଠ ପାଳିରେ ରେକର୍ଡ ସଂଖ୍ୟକ ସିଟ୍ ହାତେଇବ ତା ଉପରେ ଗୁରୁତ୍ୱ ଦେଉଛି ଶାସକ ଦଳ । ସେପଟେ ବିଜେପି ମଧ୍ୟ ଯେଉଁସବୁ ଅଞ୍ଚଳରେ ଗତ ନିର୍ବାଚନରେ କଡ଼ା ମୁକାବିଲା ଦେଇଥିଲା ସେଠି କୋର୍ସ କରେକ୍‌ସନ୍ କରି ଦଳ ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରୁଛି । ସଂଗଠନ ଓ ବିଜୟ ଦକ୍ଷତା ଥିବା ପ୍ରାର୍ଥୀଙ୍କ ନାଁକୁ ନିର୍ବାଚନ କମିଟି ସୁପାରିଶ କରିଛି । ଉଭୟ ବିଜେଡି ଓ ବିଜେପି ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଓ କନ୍ଧମାଳ ସଂସଦୀୟ କ୍ଷେତ୍ର ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଆଉ ଏପଟେ ରାଜ୍ୟ କଂଗ୍ରେସ ଚାହିଁଛି ବିଜେଡି ଓ ବିଜେପି ମେଣ୍ଟ ଖବରକୁ । ସ୍କ୍ରିନିଂ କମିଟି ବୈଠକ ହୋଇ ପ୍ରାର୍ଥୀ ଚୁଡାନ୍ତ ହୋଇଥିଲେ ବି ଏଯାଏ ଓଡ଼ିଶା ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି କଂଗ୍ରେସ । ଯେହେତୁ ଦଳର ସଂଗଠନ ଦୁର୍ବଳ ରହିଛି ସେଥିପାଇଁ ବିଜେଡି ଓ ବିଜେପି ବିଦ୍ରୋହୀଙ୍କୁ ନେଇ ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ ପ୍ରସ୍ତୁତି ଚଳାଇଛି ହାତ ଦଳ । ରଣକ୍ଷେତ୍ରକୁ ଓହ୍ଲାଇବା ପୂର୍ବରୁ ଯୋଦ୍ଧା ଚୟନ ଉପରେ ଏବେ ସବୁ ଦଳର ଫୋକସ୍ । ରାଜନୈତିକ ସମୀକ୍ଷକଙ୍କ ମତ ହେଲା ଅନ୍ୟ ଦଳ ଅପେକ୍ଷା ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ବିଜେଡି ପାଇଁ ବେଶି ଅଡୁଆ କରୁଛି ଟିକେଟ୍ ଟେନସନ୍ । ମେ ୨୦ରେ କନ୍ଧମାଳରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପଡ଼ିବ । ହାତରେ ସମୟ କମ୍ ଥିବାରୁ ଦଳୀୟ କନ୍ଦଳକୁ ଦୂର କରି ଟିକେଟ୍‌ ତାଲିକା ଚୂଡାନ୍ତ କରିବାକୁ ତିନି ପ୍ରମୁଖ ରାଜନୈତିକ ଦଳ ଗୁଡକ ପ୍ରସ୍ତୁତି କରୁଛନ୍ତି । ତେବେ ବିଦ୍ରୋହକୁ ପ୍ରଶମିତ କରି ଟିକେଟ୍‌ ବାଣ୍ଟିବା ବିଜେଡି ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିବ ।

jay balangir
Leave A Reply

Your email address will not be published.

3 × 4 =