କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଖୁଟୁଲମୁଣ୍ଡ-ହିଆଲ ରାସ୍ତାରେ ମଙ୍ଗଳବାର ରାତିରେ ବିଦ୍ୟୁତ ତାର ଉପରେ ଗଛଡାଳ ପଡିଯାଇଥିଲା । ଫଳରେ ଦାବିରି ଗାଁକୁ ବହୁ ସମୟ ଧରି ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । ଏହାକୁ ଠିକ୍ କରିବା ପାଇଁ ବାରମ୍ବାର ଦାବିରି ଗ୍ରାମବାସୀ ବିଭାଗୀୟ କର୍ମଚାରୀଙ୍କୁ ଫୋନ କରିଥିଲେ । ହେଲେ କର୍ମଚାରୀମାନେ ବିଳମ୍ବରେ ପହଞ୍ଚିଥିଲେ । ଗ୍ରାମର ମା’ ଦୁଆରଶନୀ ୟୁଥ କ୍ଲବର ସଦସ୍ୟମାନେ ଏହି ଗଛଡାଳକୁ ବିଦ୍ୟୁତ ତାରରୁ ହଟାଇବା ପାଇଁ ଚେଷ୍ଟା କରିଥିଲେ । ୪ ଘଣ୍ଟା ପରେ କର୍ମଚାରୀମାନେ ପହଞ୍ଚି ସଜାଡିଥିଲେ ।
Prev Post
Next Post