csstore

କୋଷାଗୁମୁଡ଼ା ବିଦ୍ୟୁତ ବିଭାଗର ଯନ୍ତ୍ରୀଙ୍କ ଖାମଖିଆଲି ଯୋଗୁଁ ଗ୍ରାମାଞ୍ଚଳରେ ବିଦ୍ୟୁତ ବିଭ୍ରାଟ ଅଭିଯୋଗ

କୋଷାଗୁମୁଡ଼ା, (ଜଗନ୍ନାଥ ବିଶୋଇ) : ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକର ଗ୍ରାମାଞ୍ଚଳରେ ଦୀର୍ଘ ୧ମାସ ହେବ ବିଦ୍ୟୁତ ସପ୍ଲାଇ ଠିକ୍ ଭାବେ ହୋଇ ପାରୁନଥିବା ଅଭିଯୋଗ ହୋଇଛି । ବିଦ୍ୟୁତ ବିଭାଗର ଲୁଚକାଳୀ ଖେଳ ଯୋଗୁଁ ଗ୍ରାମାଞ୍ଚଳରେ ଥିବା ଗ୍ରାମ ଗୁଡିକରେ ପ୍ରତ୍ୟେକ ଦିନ ରାତ୍ରିରେ ବିଦ୍ୟୁତ କାଟ ହେଉଥିବାରୁ ଲୋକେ ଅନ୍ଧାରରେ ରହୁଥିବା ଅଭିଯୋଗ ହେଉଛି । ନୂତନ ଭାବେ ଯୋଗ ଦେଇଥିବା ଯନ୍ତ୍ରୀ ମହାଶୟଙ୍କ ଖାମଖିଆଲି ମନଭାବ ଯୋଗୁଁ ବିଭାଗୀୟ କର୍ମଚାରୀମାନେ ଠିକ୍ ରୂପେ କାର୍ଯ୍ୟ କରୁନଥିବା ଯୋଗୁଁ ବିଦ୍ୟୁତ ସପ୍ଲାଇରେ ବ୍ୟାଘତ ହେଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ବି.ଏମ୍ ସେମଳା, କୋଡିଙ୍ଗା, ପଣ୍ଡଗୁଡା ଆଦି ପଞ୍ଚାୟତର କେରାଣ୍ଡିମାଳ, ଦୁରାଗାଁ, ବାକ୍ଟଗୁଡା, କୋଣ୍ଡାପୁରୀ, ବାଦପୁର, ପର୍ଶାଗୁଡା, ଝାଡସେମଳା ଆଦି ଗ୍ରାମ ଗୁଡିକରେ ଆଜକୁ ୪ଦିନ ହେଲା କରେଣ୍ଟ ସପ୍ଲାଇ ସମ୍ପୂର୍ଣ୍ଣ ବନ୍ଦ ଅଛି ଯାହା ଫଳରେ ଏହି ଗ୍ରାମଗୁଡିକରେ ପାନୀୟଜଳ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦହୋଇ ଯାଇଛି ବର୍ତ୍ତମାନ ଜଣ ସାଧାରଣ କୂପ ନାଳ ନର୍ଦ୍ଦମାର ଦୂଷିତ ଜଳକୁ ପାନୀୟ ଜଳ ରୂପେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ଅଞ୍ଚଳରେ ଜନସାଧାରଣ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ତେଣୁ ବ୍ଲକ ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବସୀଙ୍କ ତାରପରୁ ଦାବୀ ହେଉଛି ।

jayashree
Leave A Reply

Your email address will not be published.