csstore

ପତ୍ରାପାଲି(କ) ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି(କ) ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଜୟଦେବ ମାଝୀଙ୍କ ସଭାପତିତ୍ୱରେ ତଥା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଯୋଗେଶ୍ଵର ପୁଟେଲଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଏବିଇଓ ମହେନ୍ଦ୍ର ଦୀପ, ମୁଖ୍ୟବକ୍ତା ସିଆର୍‌ସିସି ପ୍ରମୋଦ କୁମାର କର୍ମୀ, ସମ୍ମାନିତ ଅତିଥି ରୂପେ ଦୁର୍ଲଭ ସାହୁ, ପବିତ୍ର ସାହୁ, ସୁନାଧର ପୁଟେଲ, ଧନଞ୍ଜୟ ସାହୁ, ପୁରୁଷୋତ୍ତମ ସାହୁ ତଥା କମିଟିର ସଭ୍ୟ ଶୁକ୍ରୁ ଦୀପ ଓ ଜୟନ୍ତୀ ସାହୁ ଯୋଗଦେଇଥିଲେ । ସରସ୍ଵତୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ତାପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ଵାଗତ ସଙ୍ଗୀତ ଗାନ କରାଯିବା ପରେ ଅତିଥିଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷା ହିଁ ସମାଜର ମେରୁଦଣ୍ଡ । ପ୍ରାଥମିକ ଶିକ୍ଷା ଛାତ୍ରଛାତ୍ରୀମାନଙ୍କର ମୂଳଦୁଆ । ପ୍ରାଥମିକ ଶିକ୍ଷା ସୁଦୃଢ ହେଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇଥାଏ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ବାର୍ଷିକ କ୍ରୀଡ଼ାପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବରିଷ୍ଠ ଶିକ୍ଷକ ବିଶ୍ଵନାଥ ସାହୁ, ସହକାରୀ ଶିକ୍ଷକ ଅଜୟ କୁମାର ନାୟକ, ଶୋଭାବନ୍ତ ସୂର୍ଯ୍ୟକୁମାର, ଶୁଭପ୍ରକାଶ ଜେନା ଓ ଡିଙ୍ଗର କମ୍ପ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପ୍ରଧାନ ଶିକ୍ଷକ ଜୟଦେବ ମାଝୀ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ ସହିତ ବିବରଣୀ ପଠନ କରିଥିଲେ । ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ଶ୍ରେଣୀ କୋଠରୀ ନ ଥିବାରୁ ଦୁଃଖ ପ୍ରକାଶ କରିଥିଲେ । ପରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀ, କମିଟି ସଦସ୍ୟ, ଅଭିଭାବକ ଓ ଗ୍ରାମବାସୀ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.