କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ରବିବାର ଦିନ କଣ୍ଟାବାଞ୍ଜି ସରକାରୀ ଡାକ୍ତର ଖାନାକୁ ଯାଇ ରୋଗୀଙ୍କ ସୁବିଧା ଅସୁବିଧା ବୁଝିଛନ୍ତି । ଡାକ୍ତରଖାନାରେ ଡାଇରିଆ ରୋଗରେ ଆକ୍ରାନ୍ତ ଥିବା ରୋଗୀମାନେ ଉଚିତ୍ ସେବା ପାଉଛନ୍ତି କି ନାହିଁ ତାହା ରୋଗୀ ମାନଙ୍କୁ ବୁଝିଥିଲେ । ଡାକ୍ତରଖାନର ମୁଖ୍ୟ ସମସ୍ୟା ପାଣି ଥିବାବେଳେ ଏହାର ଯଥା ଶୀଘ୍ର ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ । ଡାକ୍ତରଖାନାରେ ଥିବା ଅନ୍ତେବାସୀ ମାନଙ୍କୁ ଚିକିତ୍ସା ସେବା ଠିକ୍ ଭାବେ ମିଳିବା ଉଚିତ୍ ବୋଲି ବିଧାୟକ ବାଗ ଡାକ୍ତର ମାନଙ୍କୁ କହିଥିଲେ । ବିଧାୟକ ବାଗ ଡାକ୍ତରଖାନା ପରି ଦର୍ଶନ ବେଳେ ସାଂସଦ ପ୍ରତିନିଧି ଘାସିରାମ ଜୈନ, ପ୍ରଦୀପ ବାଗ, ପପୁ ଯୁଏଡ ସହ ଅନ୍ୟମାନେ ସାମିଲ ଥିଲେ ।