jayashree

ଦୁଇ ବର୍ଷ କାର୍ଯ୍ୟର ରିପୋର୍ଟ କାର୍ଡ ପ୍ରଦାନ କଲେ ବିଧାୟକ

ବାଲେଶ୍ୱର, (କେପିଏନ୍‌ଏସ୍‌) : ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ବିକାଶମୂଳକ କାର୍ଯ୍ୟର ରିପୋର୍ଟ ପ୍ରଦାନ କଲେ ବିଧାୟକ ମାନସ ଦତ୍ତ । ଦୁଇ ବର୍ଷ ମଧ୍ୟରେ ଉପଯୋଗ ହୋଇଛି ରେକର୍ଡ ୨ ହଜାର କୋଟି ଟଙ୍କାର ଅନୁଦାନ, କେବଳ ରାସ୍ତା ନିର୍ମାଣରେ ଖର୍ଚ୍ଚ ହୋଇଛି ୨ଶହ କୋଟି ଟଙ୍କା । ବିଗତ ଦୁଇ ବର୍ଷ ମଧ୍ୟରେ ଭିତ୍ତିଭୂମିର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, ଯୁବ ଓ ନାରୀ ଶକ୍ତି ସଶକ୍ତିକରଣ ସହିତ ଅଗଣିତ ଜନକଲ୍ୟାଣକାରୀ ପ୍ରକଳ୍ପ ମାଧ୍ୟମରେ ଏକ ନୂଆ ବାଲେଶ୍ୱର ଗଢ଼ିବା ନେଇ ନିରନ୍ତର ଉଦ୍ୟମ ଜାରି ରହିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ମାନସ କୁମାର ଦତ୍ତ ସୂଚନା ଦେଇଛନ୍ତି । ରାଜ୍ୟରେ ଲୋକଙ୍କ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ବାଲେଶ୍ଵର ସଦର ନିର୍ବାଚନମଣ୍ଡଳୀରେ ଚାଲିଥିବା ବିକାଶମୂଳକ କାର୍ଯ୍ୟର ହିସାବ ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ଦତ୍ତ ରେକର୍ଡସ୍ତରରେ ୨ହଜାର କୋଟି ଟଙ୍କାର ଅନୁଦାନ ଅର୍ଥ ଉପଯୋଗ ହେବା ଏକ ବିରଳ ତଥା ଐତିହାସିକ ଘଟଣା ବୋଲି କହିଛନ୍ତି । ଏହି ସାମ୍ୱାଦିକ ସମ୍ମିଳନୀରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା ଓ ଜିଲ୍ଳା ପରିଷଦ ସଦସ୍ୟ ଗୟାଧର ବେହେରା ଯୋଗ ଦେଇଥିବା ବେଳେ ବିକାଶମୂଳକ କାର୍ଯ୍ୟର ତାଲିକା ସମ୍ବଳିତ ପତ୍ରିକା ଉନ୍ମୋଚିତ ହୋଇଥିଲା ।

Leave A Reply

Your email address will not be published.