pakka

ପୁଣି ବିଧାନସଭାରେ ରାଣୀପୁର ଝରିଆଲ ବିକାଶ କଥା ଉଠାଇଲେ ସାଲୁଜା

bbehera

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବିଧାନସଭାରେ ପୁଣି ରାଣୀପୁର ଝରିଆଲର ବିକାଶ କଥା ଉଠାଇଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା । ବିଧାନସଭାରେ ରାଣୀପୁର ଝରିଆଲ ପୀଠକୁ ଅନୁଦାନ ଯୋଗାଇ ଦେଇ ଏହାର ବିକାଶ କରିବା ପାଇଁ ବାରମ୍ବାର ଦାବୀ ଉପସ୍ଥାପନ କରାଯାଇଥିଲେ ହେଁ ପର୍ଯ୍ୟଟନ ବିଭାଗ କାହିଁକି ପଦକ୍ଷେପ ନେଉ ନାହାନ୍ତି । ୨୦୧୬ରେ ୩୦ ଲକ୍ଷ ଓ ୨୦୨୦-୨୧ରେ ୨୦ ଲକ୍ଷ ଟଙ୍କା ଦିଆଯାଇଛି । ହେଲେ ଓଡିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ ଭାବେ ପରିଚିତ ଏହି ପୀଠର ଯେତିକି ବିକାଶ ହେବା କଥା ହୋଇ ପାରି ନାହିଁ । ତେଣୁ ଏ ପୀଠ ପାଇଁ ବଜେଟରେ କେତେ ଟଙ୍କା ରଖିଛନ୍ତି ଓ ଯଦି ରଖି ନାହାନ୍ତି ତେବେ ସପ୍ଲିମେଣ୍ଟାରୀ ବଜେଟରେ ରଖନ୍ତୁ ବୋଲି ବିଧାୟକ ଶ୍ରୀ ସାଲୁଜା ବାଚସ୍ପତିଙ୍କ ଜରିଆରେ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଦାବୀ ଜଣାଇବା ସହ ଉତ୍ତର ମାଗିଥିଲେ । ତେବେ ପର୍ଯ୍ୟଟନ ମନ୍ତ୍ରୀ ତାଙ୍କ ଉତ୍ତରରେ ବିଭାଗକୁ ନିର୍ଦ୍ଦେଶ ଦେବା ସହ ବିଭାଗର ବରିଷ୍ଠ ଅଧିକାରୀମାନେ ରାଣୀପୁର ଝରିଆଲ ପର୍ଯ୍ୟଟନ ସ୍ଥଳକୁ ଯିବେ, ଦେଖିବେ ଏବଂ ପୀଠର ବିକାଶ ନେଇ ଯାହା ଯାହା ସମ୍ଭବ ହେବ ତାର ମାଷ୍ଟର ପ୍ଲାନ କରାଯିବ ଏବଂ ଆବଶ୍ୟକ ପଦକ୍ଷେପ ମଧ୍ୟ ନିଆଯିବ ବୋଲି ତାଙ୍କ ଉତ୍ତରରେ କହିଥିଲେ । ବିଧାନସଭାର ଏକ ଖବର ପାଇବା ପରେ ଅଞ୍ଚଳରେ ଲୋକଙ୍କ ଉତ୍ସାହ ଦେଖିବାକୁ ମିଳିଛି । ଏଥର ଯୋଗିନୀମାନଙ୍କୁ ରାଜ୍ୟ ସରକାର ନ୍ୟାୟ ଦେବେ ତ? ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

jay balangir
Leave A Reply

Your email address will not be published.

16 − four =

error: Content is protected !!