ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଦେଓଗାଁ, (କେପିଏନ୍‌ଏସ୍‌) : ଆଜି ଜରାସିଂହା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ଅଚ୍ୟୁତ ରାମ ମେହେରଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ବସନ୍ତ କୁମାର ମନହୀରା ସଭାପତିତ୍ୱ କରି ଶ୍ରୀ ମେହେରଙ୍କ ଦୀର୍ଘ ବର୍ଷର କର୍ମମୟ ଶିକ୍ଷକ ଜୀବନର କାର୍ଯ୍ୟକଳାପର ଭୂୟସୀ ପ୍ରଂଶସା କରି ତାଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନୀତ କରିଥିଲେ । ମୁଖ୍ୟ ଅତିଥି ଶାଶ୍ୱତ ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ପୁରୁଷୋତ୍ତମ ମେହେରଙ୍କ ବ୍ୟକ୍ତିତ୍ୱର ମହାନତା ସଂପର୍କରେ ଆଲୋକପାତ କରିଥିଲେ । ସଂଯୋଜକ ପ୍ରାଧ୍ୟାପକ ରଞ୍ଜନ କୁମାର ପାଣିଗ୍ରାହୀଙ୍କ ସମେତ ପ୍ରାଧ୍ୟାପକ ବିମଳ କିଶୋର ସାହୁ, ଧୋବାଇ ଚରଣ ପଟେଲ, ଦୁବାଦଳ ଘିବେଲା, ଅଧ୍ୟାପିକା ଶୁଭଶ୍ରୀ ସାହୁ ପ୍ରମୁଖ ଶ୍ରୀ ମେହେରଙ୍କ ଶିକ୍ଷାନୁଷ୍ଠାନ ପ୍ରତି ରହିଥିବା ଉତ୍ସର୍ଗୀକୃତ ଜୀବନ ବିଷୟରେ ଆଲୋଚନା କରିଥିଲେ । ବିଦାୟୀ ଶିକ୍ଷକ ଅଚ୍ୟୁତ ରାମ ମେହେର ତାଙ୍କ ବକ୍ତବ୍ୟରେ ଭାବବିହ୍ୱଳ ହୋଇ ଅନୁଷ୍ଠାନର ସ୍ମୃତିଚାରଣ ପୂର୍ବକ ନିଜର ସଂଘର୍ଷପୂର୍ଣ୍ଣ କର୍ମଚାରୀ ଜୀବନର କଥା ଉଲ୍ଲେଖ କରିଥିଲେ । ଏହି ସଭାରେ ଅନୁଷ୍ଠାନର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ଏବଂ ପ୍ରାଧ୍ୟାପକ ଗୋବିନ୍ଦ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ବାଦ୍ୟକାରଙ୍କ ଗହଣରେ ସମସ୍ତ କର୍ମଚାରୀ ଏକ ଶୋଭାଯାତ୍ରାରେ ଅଚ୍ୟୁତ ରାମ ମେହେରଙ୍କୁ ତାଙ୍କ ଜରାସିଂହା ସ୍ଥିତ ନିଜ ବାସଭବନରେ ପହଞ୍ଚାଇଥିଲେ ।

Leave A Reply

Your email address will not be published.

three × four =

error: Content is protected !!