ପାଇକମାଲ ପଞ୍ଚାୟତରେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ବାଜିମାତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ବିଜୟୀ ହୋଇଛନ୍ତି । ବିଗତ ବର୍ଷମାନଙ୍କରେ ପାଇକମାଲ ଗ୍ରାମ ପଞ୍ଚାୟତରେ କଂଗ୍ରେସ ଓ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟମାନେ ଦଖଲ କରୁଥିବା ବେଳେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପାଇକମାଲ ଗ୍ରାମ ପଞ୍ଚାୟତରେ ବିଜେପି ସମର୍ଥିତ ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି । ଚଳିତ ନିର୍ବାଚନରେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ସୁରେନ୍ଦ୍ର ପ୍ରତାପ ସିଂହ ବରିହାଙ୍କ ଜିଲ୍ଲାପରିଷଦ ପରିଷଦ ଜୋନ ନଂ ୨ରେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ଦଳ ରାଜେନ୍ଦ୍ର କୁମାର ରାଉତଙ୍କୁ ୬୬ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ସେହିପରି ପାଇକମାଲ ଗ୍ରାମ ପଞ୍ଚାୟତ ବିଜେପି ସମର୍ଥିତ ପ୍ରାର୍ଥିନୀ ଶ୍ରୀମତୀ ତୁଲାବତୀ ତାଣ୍ତି ନିକଟତମ ପ୍ରତିଦ୍ୱନ୍ଦୀ ଶ୍ରୀମତୀ ଦୁଶିଲା ସେଠଙ୍କୁ ୪୪୫ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ବିଜେପି ସମର୍ଥିତ ସମିତିସଭ୍ୟ ଶ୍ରୀମତୀ ନିରୁପମା ନାଗ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ଦଳର ସମର୍ଥିତ ସମିତିସଭ୍ୟ କ୍ଷେତ୍ରୀ ଲୁହାରଙ୍କୁ ୨୪୮୧ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ଏହି ବିଜୟୀ ଅବସରରେ ନବ ନିର୍ବାଚିତ ତିନି ଜଣ ପ୍ରାର୍ଥୀ ଜିଲ୍ଲା ପରିଷଦ ସୁରେନ୍ଦ୍ର ପ୍ରତାପ ସିଂହ ବରିହା, ପାଇକମାଲ ସରପଞ୍ଚ ଶ୍ରୀମତୀ ତୁଲାବତୀ ତାଣ୍ତି ଓ ସମିତିସଭ୍ୟ ଶ୍ରୀମତୀ ନିରୁପମା ନାଗ ପ୍ରମୁଖ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କୁ ଫୁଲତୋଡା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବରେ ବରିଷ୍ଠ ବିଜେପି ନେତା ଗୋବର୍ଦ୍ଧନ ଅଗ୍ରୱାଲ, ସରୋଜ ସାମଲ, ସୁଶାନ୍ତ ନାଗ, ରାଜୁ ତ୍ରିବେଦୀ, ଏମ୍‌ଡି ରାଜା ମହମ୍ମଦ, ଯୋଗେନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

14 − 2 =

error: Content is protected !!