csstore

ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଜିଲ୍ଲା ପ୍ରଶାସନ ବଲାଙ୍ଗିର ପକ୍ଷରୁ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଥମେ ସନ୍ଥ କବି ଭୀମ ଭୋଇଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ହୋଇଥିଲା । ବଙ୍ଗୋମୁଣ୍ଡା ବିଡ଼ିଓ ବାସନ୍ତୀ ସେଠୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା, ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ଜାମଖୁଣ୍ଟା ପଞ୍ଚାୟତ ସମିତି ସଭ୍ୟ ଦ୍ରୋଣସେନ ବେହେରା, ଚାନ୍ଦୋତରା ସରପଞ୍ଚ ଜିତେନ୍ଦ୍ର ବଚ୍ଛା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ବଙ୍ଗୋମୁଣ୍ଡା ଓଡିଶା ଜୀବିକା ମିଶନର ବିପିଏମ ବିଜୟ ବେହେରା ସଭା ସଂଯୋଜନା କରିଥିଲେ । ଏଥିରେ ବଙ୍ଗୋମୁଣ୍ଡା ବ୍ଲକର ମାନସିକ ଅନଗ୍ରସର ବିଭାଗ, ଦୃଷ୍ଟିବାଧିତ ବିଭାଗ, ଶାରୀରିକ ଭିନ୍ନକ୍ଷମ ବିଭାଗ, ଶ୍ରବଣବାଧିତ ବିଭାଗ ସହ ବିଭାଗର ଅଧିକାରୀମାନେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.