ବଲାଙ୍ଗିର, (କେପଏନ୍ଏସ୍) : ଆଜି ବଲାଙ୍ଗିର ଜେଏସ୍ଏମ୍ କମର୍ସ ଆଣ୍ଡ ଆର୍ଟସ୍ କଲେଜ ପକ୍ଷରୁ କଲେଜ ପରିସରରେ ନୂଆଁଖାଇ ଭେଟ୍ଘାଟ୍ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଲେଜର ନିର୍ଦ୍ଦେଶକ ସି.ଏ ଶ୍ରୀକାନ୍ତ ଶର୍ମାଙ୍କ ଆବବାହକତ୍ୱରେ ଅନୁଷ୍ଠିତ ଏହି ଭେଟ୍ଘାଟ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସାମ୍ବାଦିକ ବୀରେନ୍ଦ୍ର ଝାଙ୍କର, ଯୋଗଦେଇ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ସମସ୍ତଙ୍କ ପାଇଁ ଅପାର ସୁଖସମୃଦ୍ଧି ଆଣିଦେଉ ବୋଲି କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଲେଜର ଉପଦେଷ୍ଟା ମଣ୍ଡଳୀର ପୀତବାସ ପଣ୍ଡା, ମନୋରଂଜନ ସାହୁ ଓ କଲେଜର ଅଧ୍ୟକ୍ଷା ମୋନିକା ଜେସ୍ୱାଲ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ନୂଆଁଖାଇର ମହନୀୟତା ଓ ପ୍ରାଚୀନ ପରମ୍ପରା ସଂପର୍କରେ ବୁଝାଇ ଥିଲେ । ପରେ କଲେଜର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କଲେଜର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାମାନେ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ନୂଆଁଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମର ମଜା ନେଇଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ସଂଜୟ ସାହୁ ଓ ନନ୍ଦିନୀ ନେଗୀ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ ।