ତହଁକ୍ କୁଟୁମ୍‌ର ଭାବର୍ ଭେଟ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପଥରଚେପା ପଞ୍ଚବଟୀଠାରେ ତହଁକ୍ କୁଟୁମ୍ ପକ୍ଷରୁ ଭାବର୍ ଭେଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିଥି ଭାବେ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁ, ଅଖିଲ ଚନ୍ଦ୍ର ହୋତା, ସତ୍ୟସୁନ୍ଦର ଭଞ୍ଜ, ରଘୁନନ୍ଦନ ସିଂହ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପ୍ରଶାନ୍ତ କୁମାର ମିଶ୍ର, ଚାଷୀନେତା ଅରୁଣ କୁମାର ମିଶ୍ର ମଞ୍ଚାସୀନ ରହି କୋଶଲି ଭାଷାରେ ସାମ୍ବିଧାନିକ ମାନ୍ୟତାରେ ଗଣମାଧ୍ୟମର ଭୂମିକା ଆଲୋଚନାଚକ୍ରରେ କୋଶଲି ମାଟିର ଭାଷା ଓ ସାହିତ୍ୟକୁ ଆଗକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ତହଁକ୍ କୁଟୁମ୍ ବୋଲି ମତବ୍ୟକ୍ତ କରିଥିଲେ । ଦିଲିପ କୁମାର ମିଶ୍ର ସ୍ଵାଗତ ଭାଷଣ ଦେଇଥିବା ବେଳେ ତହଁକ୍ ସଂପାଦକ ରାଜେଶ ଦଣ୍ଡସେନା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମକୁ ମୁଖ୍ୟ ସଂପାଦକ ଅର୍ଜୁନ କୁମାର ସାହୁ ପରିଚାଳନା କରିଥିଲେ । ପ୍ରେସ୍ କ୍ଲବ ସଭାପତି ଅରୁଣ ମିଶ୍ର, ସାମ୍ବାଦିକ ରାଜୀବ ଷଡଙ୍ଗୀ, ସାମ୍ବାଦିକ ଯୁଧିଷ୍ଠିର ମେହେର, ସାମ୍ବାଦିକ ବିରେନ୍ଦ୍ର କୁମାର ଝାଙ୍କର, ସାମ୍ବାଦିକ ବିଭୁକଲ୍ୟାଣ ଗଡତ୍ୟା, ସାମ୍ବାଦିକ ଦେବାଶିଷ ମିଶ୍ର ଯୋଗଦେଇ ନିଜ ବକ୍ତବ୍ୟ ରଖିଥିଲେ । ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବାଦ ପ୍ରତିନିଧି ପ୍ରଶାନ୍ତ କୁମାର ମିଶ୍ର, ନିଉଜ୍ 18 ଲୋକାଲ୍ ପ୍ରତିନିଧି ଶମ୍ଭୁନାଥ ସାହୁ, ମୋର୍ ସମିଆଁ ପ୍ରତିନିଧି ନିବେଶ ପାଣିଗ୍ରାହୀ ଏବଂ ପହରା ପ୍ରତିନିଧି ସସ୍ମିତା ସାହୁଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହା ପରେ ପରେ ରାଧାକାନ୍ତ ସାହୁ ଏବଂ ତୃପ୍ତିମୟୀ ତ୍ରିପାଠୀଙ୍କ ସଂଯୋଜନାରେ ଏକ ହାସ୍ୟ ବ୍ୟଂଗ କବିତା ଆସର ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର, ସୋନପୁର, ବୌଦ୍ଧ, ବରଗଡ ଜିଲ୍ଲାରୁ ଅନେକ କବି ସ୍ଵରଚିତ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମରେ ଉମେଶ ବିଶ୍ୱାଲ, ଦୟାମୟ ଭୁକ୍ତା, ଭବାନୀ ମିଶ୍ର, ବାବା ରଘୁନାଥ, ଅକ୍ରୁର ବାଗ, କବିତା ମିଶ୍ର, ପ୍ରଭାସିନି ଭୋଇ, ସବିତା ମହରା, ଜ୍ୟୋତିରାଣୀ ମିଶ୍ର, ବାସନ୍ତୀ ମଞ୍ଜରୀ ହନୁମାନ, ଆଲ୍ଲାଦିନି ପାଣିଗ୍ରାହୀ ଦାସ, ସୁଜାତା ନାଏକ, ମହେନ୍ଦ୍ର ପଟେଲ, ସାଲିନି ସା, ସୁଦେଷ୍ନା ମିଶ୍ର, ପୁଷ୍ପାଞ୍ଜଳି ମେହେର, ଦୁଃଖିଶ୍ୟାମ ଦିଖିତ, ବିରେନ ଧରୁଆ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ କବି ଶ୍ରୀୟାକାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.