ଭୟାବହ ଅ‌ଗ୍ନିକାଣ୍ଡ : ଜଳିଗଲେ ମାଁ, ଝିଅ ଗୁରୁତର

ଭଦ୍ରକ : ଭଦ୍ରକ ଜି‌ଲ୍ଲାରେ ଏକ ଭୟାବହ ଅ‌ଗ୍ନିକା‌ଣ୍ଡ ଘଟିବାରୁ ମାଆ ମୃତ, ଝିଅ ଗୁରୁତର ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଭଦ୍ରକ ଗ୍ରାମାଞ୍ଚଳ ଥାନା ବାଣୀତିଆ ପଞ୍ଚାୟତ ମହଲା ସାହିରେ ମାଆ ଓ ଝିଅ ଘର ରୋଷେଇ କରୁଥିବା ବେଳେ ହଠାତ୍ ନିଆଁ ଲାଗିଥିଲା । ତେବେ ଝିଅକୁ ଯେ କୌଣସି ପ୍ରକାରେ ଉଦ୍ଧାର କରାଯାଇ ଭଦ୍ରକ ମେଡିକାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ନିଆଁ ଭିତରୁ ଫସି ରହିଥିବା ମାଆକୁ ଉଦ୍ଧାର କରାଯାଇ ନପାରିବାରୁ ତା‌ଙ୍କର ମୃତ୍ୟୁ ହୋଇଛି । ତେବେ ଏହି ଭୟାବହ ଅ‌ଗ୍ନିକା‌ଣ୍ଡ ମହଲାସାହିର ପ୍ରଭାତ ବେହେରାଙ୍କ ଘରେ ଘଟିଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ନିଆଁର ପ୍ରକୋପ ଏତେ ଥିଲା ଯେ ହଠାତ୍ ଆୟତ୍ତ କରିବା ସମ୍ଭବପର ହୋଇନଥିଲା ।

Leave A Reply

Your email address will not be published.

12 − 11 =