ommm
jittmm

ପାଇକମାଲ ବ୍ଲକରେ ନୁତନ ୨୭୩ ଜଣ ଭତ୍ତା ପାଇଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକରେ ନୁତନ ଭାବେ ବିଧବା, ବାର୍ଦ୍ଦକ୍ୟ, ଭିନ୍ନକ୍ଷମ, ବୟସ୍କା ଅବିବାହିତ ମହିଳା, ଛାଡପତ୍ର ପାଇଥିବା ମହିଳା ୨୭୩ ଜଣଙ୍କୁ ବ୍ଲକ ପରିସରରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ବୁଧବାର ହୋଇଯାଇଛି । ଏଥିରେ ଅତିଥି ଭାବେ ବରଗଡ ସାଂସଦ ପ୍ରଦୀପ ପୁରୋହିତ, ପାଇକମାଲ ବ୍ଲକ ଅଧ୍ୟକ୍ଷା ଭାବନା ସିଂ, ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ସିଂ ବରିହା, ବିଜେପି ଯୁବନେତା କୈଲାସ ଦିଶ୍ରୀ, ବିଧାୟକ ପ୍ରତିନିଧି ହୃଦାନନ୍ଦ ବାରିକ ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତଙ୍କୁ ଭତ୍ତା ୧୦୦୦ଟଙ୍କା ଓ ଗ୍ରୀଷ୍ମକାଳୀନ ଭତ୍ତା ୪୦୦ମିଶାଇ ୧୪୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପାଇକମାଲ ବିଡିଓ ପ୍ରଫୁଲ କୁମାର ଓଦୁ ପରିଚାଳନା କରିଥିବା ବେଳେ ନିତି ଆୟୋଗ ଅଧିକାରୀ ମଧୁସ୍ମିତା ବେହେରା, ବିଏସଏସଓ ଭବାନୀ ପଟେଲ ସହଯୋଗ କରିଥିଲେ ।

Leave A Reply

Your email address will not be published.