ଭସାଣିକୁ ନେଇ ଆସିଲା ଗାଇଡ୍‌ଲାଇନ୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜଧାନୀରେ ରାବଣ ପୋଡ଼ି ଏବଂ ଭସାଣିକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ରାବଣ ପୋଡ଼ି ଓ ଭସାଣିକୁ ନେଇ ଥିବା ଗାଇଡ୍‌ଲାଇନ୍‌ ସମ୍ପର୍କରେ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ଡିସିପି କହିଛନ୍ତି, ରାବଣ ପୋଡ଼ି ପାଇଁ ଭୁବନେଶ୍ୱରରେ ୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଏଥିପାଇଁ ୨୮ଟି ଗାଇଡ୍‌ଲାଇନ ଜାରି କରାଯାଇଛି । ଯେମିତି କି ୧୦୦ ମିଟର ଜୋନ୍‌ ଭିତରେ ଲୋକେ ରହି ପାରିବେ ନାହିଁ, ଲାଇସେନ୍ସ ପ୍ରାପ୍ତ ବାଣ ଦୋକାନୀଙ୍କଠାରୁ ହିଁ ଆୟୋଜକମାନେ ବାଣ କିଣିଥିବେ । ସୁରକ୍ଷା ଦୃଷ୍ଟିରୁ ବାରିକେଡ୍‌ର ବ୍ୟବସ୍ଥା କରାଯାଇଛି । ସେହିପରି ଭୁବନେଶ୍ୱରରେ ୩ଟି ଭସାଣି କମିଟି ରହିଛି । ସବୁ କମିଟି ପାଇଁ ସ୍ୱତନ୍ତ୍ର ରୁଟ୍‌ର ବ୍ୟବସ୍ଥା କରାଯାଇଛି । ଟ୍ରାଫିକ୍‌ ସମସ୍ୟା ନ ଉପୁଜିବା ଉପରେ ଗୁରୁତ୍ୱ ଦିଆଯାଇଛି । ଭସାଣି ସମୟରେ ରାଜଧାନୀରେ ୧୭ ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ ମୁତୟନ ହେବେ । ସୁରକ୍ଷା ଦାୟିତ୍ୱରେ ୩ ଜଣ ଅତିରିକ୍ତ ଡିସିପି ରହିବେ । ୬୫ ଡେସିବେଲରୁ ଅଧିକ ଶବ୍ଦରେ ଡିଜେ ବଜାଇବା ବାରଣ ରହିଛି ।

Leave A Reply

Your email address will not be published.

four − 2 =