pakka

ମ. ରାମପୁରରେ ଭାରତ ବନ୍ଦ୍ ଡାକରା, ଆଂଶିକ ସଫଳ

bbehera

ମ. ରାମପୁର, (ହେମନ୍ତ ସାହୁ) : କେନ୍ଦ୍ର ସରକାର ପ୍ରଣୟନ କରିଥିବା ଶ୍ରମ ଓ କୃଷି ଆଇନ୍‌କୁ ପ୍ରତ୍ୟାହାର କରିବା ଦାବୀରେ ଆଜି ଦେଶବ୍ୟାପୀ ଭାରତ ବନ୍ଦ ଡାକରାରେ ସିପିଏମ୍‌ ବ୍ଲକ୍ କମ୍ୟୁନିଷ୍ଟ ପାର୍ଟି ସମର୍ଥନ କରିବା ସହିତ ଭାରତ ବନ୍ଦ୍ ଡାକରାରେ ସାମିଲ ହୋଇଥିଲେ । ଏଥିରେ ଯାନ ବାହନ, ଦୋକାନ୍ ବଜାର, ଅଫିସ୍ ଗୁଡ଼ିକ ବନ୍ଦ୍ କରିବା ସହ ଅତ୍ୟାବଶ୍ୟକୀୟ ସେବା ଗୁଡ଼ିକୁ ବାଦ୍ ଦେଇ ଶାନ୍ତି ପୂର୍ଣ୍ଣ ଭାବରେ ମ. ରାମପୁର ଚାରି ଛକରୁ ଏକ ଶୋଭଯାତ୍ରାରେ ବାହାରି ବ୍ଲକ୍ ଅଫିସ୍ ଯାଏଁ ପହଞ୍ଚିଥିଲା । ଏଥିରେ ସିପିଏମ୍‌ର ନେତା ସତ୍ୟଜିତ ଚାଟାର୍ଜୀ ସମେତ ଅନ୍ୟାନ୍ୟ କର୍ମୀ ଉପସ୍ଥିତ ରହି ସହଯୋଗ କରି କେନ୍ଦ୍ର ସରକାର ପ୍ରଣୟନ କରିଥିବା ୩ କୃଷି ଆଇନ୍‌କୁ ପ୍ରତ୍ୟାହାର କରିବାକୁ ଦାବୀ କରିଥିଲେ ।

jay balangir
Leave A Reply

Your email address will not be published.

14 − 11 =