pakka

ଜଲନ୍ଧର ଚାଷୀ ଭଗେଲ ରାମ ଭାରତ ବନ୍ଦ ଡାକରା ବେଳେ ପ୍ରାଣ ହରାଇଲେ

bbehera

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଆଜି ‘ଭାରତ ବନ୍ଦ’ ଡାକରା ଦେଇଛନ୍ତି କୃଷକମାନେ । ଦିଲ୍ଲୀ ସମେତ ଅନ୍ୟ ରାଜ୍ୟରେ କୃଷକମାନେ ରାସ୍ତା ଅବରୋଧ କରି ବସିଛନ୍ତି । ତେବେ ଏହି ସମୟରେ ସିନ୍ଧୁ ସୀମାରେ ବସିଥିବା ଜଣେ କୃଷକ ଭଗେଲ ରାମଙ୍କର ଭାରତ ବନ୍ଦ ଡାକରା ସମୟରେ ହୃଦଘାତରେ ମୃତ୍ୟୁ ଘଟିଛି । ୫୪ ବର୍ଷୀୟ ଭଗେଲ ରାମ ଜଲନ୍ଧର ବାସିନ୍ଦା ଥିଲେ । ଆଜି ସକାଳେ ସୋନିପତ ପୋଲିସକୁ ତାଙ୍କର ମୃତ୍ୟୁ ଖବର ଦିଆଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

18 − 11 =