csstore

ତ୍ରିଦିବସୀୟ ଭାଗବତ କଥା ଆସନ୍ତା ୧୪ରୁ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ଏ ବ୍ଲକ୍ ସ୍ଥିତ ବାବା ଆଖଣ୍ଡଳମଣି ଓ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଆସନ୍ତା ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ମନ୍ଦିର ପ୍ରାଙ୍ଗଣରେ ଡ. କୃଷ୍ଣକେଶବ ଷଡ଼ଙ୍ଗୀଙ୍କ ଦ୍ୱାରା ପ୍ରତ୍ୟହ ସନ୍ଧ୍ୟା ୭ଟାରୁ ୯ଟା ପର୍ଯ୍ୟନ୍ତ ମୂଳ ସଂସ୍କୃତ ଭାଗବତ ମହାପୁରାଣ ଆଧାରିତ ତ୍ରିଦିବସୀୟ ଆଧ୍ୟାତ୍ମିକ ଭାଗବତ କଥା ପରିବେଷଣ କରିବେ । ୧୪ ତାରିଖ ଦିନ କାଳୀୟଦଳନ ଲୀଳା,୧୫ ତାରିଖ ଦିନ ବଳିବାମନ ଲୀଳା ଓ ୧୬ ତାରିଖ ଦିନ ଦାମୋଦର ଲୀଳା ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡିଛି । ଏଣୁ ସହରବାସୀ ଓ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ଯୋଗଦେଇ ଏହି ଆଧ୍ୟାତ୍ମିକ କଥାମୃତ ଶୁଣିବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି ।

jayashree
Leave A Reply

Your email address will not be published.