ମାଣ୍ଡୋସିଲର ଦୁଇ ଭାଇ ତିଆରି କଲେ ବିଦ୍ୟୁତ ଚାଳିତ ସାଇକେଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦିନକୁ ଦିନ ପେଟ୍ରୋଲ ଦର ବୃଦ୍ଧି ହେଉଥିବା ବେଳେ ଏପଟେ ଧୂଆଁହୀନ ବିଦ୍ୟୁତ ଚାଳିତ ସାଇକେଲ ତିଆରି କରିଛନ୍ତି ପାଇକମାଲ ବ୍ଳକ ମାଣ୍ଡୋସିଲ ଗ୍ରାମର ଦୁଇ ଭ୍ରାତା ବିଜୁ ଖୁଣ୍ଟିଆ ଓ ଅଜୁ ଖୁଣ୍ଟିଆ । ଏଥିରେ ବ୍ୟାଟେରୀ ଲାଗିଛି ଓ ଏକ ମଟର, ଲାଇଟ୍ ଖଞ୍ଜା ଯାଇଛି । ଥରେ ଚାର୍ଜ କଲେ ୧୦୦ କିମି ପର୍ୟ୍ୟନ୍ତ ଯିବା ଆସିବା କରି ହେଉଛି । ତାଙ୍କୁ ଏହି ସାଇକେଲ ତିଆରି କରିବା ପାଇଁ ଏକ ମାସ ସମୟ ଲାଗିଯାଇଛି। ଏ ବାବଦରେ ବିଦ୍ୟୁତ ଚାଳିତ ସାଇକେଲ ତିଆରି ପାଇଁ ୨୦/୨୫ ହଜାର ଖର୍ଚ୍ଚ ହୋଇଛି । ଏହି ଦୁଇ ଭାଇ ଯେଉଁ ଆଡେ ଗଲେ, ଏହି ସାଇକେଲ ଦେଖିବାକୁ ଭିଡ ଜମାନ୍ତି ଲୋକେ ବୋଲି ଦୁହେଁ କହିଛନ୍ତି । ବିଦ୍ୟୁତ ଚାଳିତ ସାଇକେଲ ତିଆରି ପାଇଁ ଅଞ୍ଚଳର ଲୋକେ ଆମକୁ ଏବେଠୁ ଅର୍ଡର ଦେଲେଣି ବୋଲି କହିଛନ୍ତି । ଏହା ଏ ଅଞ୍ଚଳରେ ଚର୍ଚ୍ଚା ବିଷୟ ପାଲଟିଛି ।

Leave A Reply

Your email address will not be published.

five × one =