pakka

ବ୍ରହ୍ମପୁରା ବଳଦେବ କ୍ରିକେଟ୍‌ କ୍ଲବ୍‌ର ବାର୍ଷିକୋତ୍ସବ ଅନୁଷ୍ଠିତ

bbehera

ପାଟଣାଗଡ଼, (କେପିଏନ୍‌ଏସ୍‌) : ସ୍ଥାନୀୟ ବଳଦେବ ବିହାର ପାର୍କ ନିକଟରେ ବ୍ରହ୍ମପୁରା ବଳଦେବ କ୍ରିକେଟ୍‌ କ୍ଲବ୍‌ର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ୧୯୭୭ ମସିହାରୁ ଆରମ୍ଭ ହୋଇଥିବା ଏହି ବିବିସି କ୍ଲବର ପ୍ରାୟ ୧୨୦ ଜଣ ସଦସ୍ୟ ସଂପୃକ୍ତ ବାର୍ଷିକୋତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦାନ କରିଥିଲେ । ଏହି ଅବସରରେ ବିବିସିସି.ର ପ୍ରଥମ ଅଧିନାୟକ ବିରେନ୍ଦ୍ର ହୋତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଦଳର ପୂର୍ବତନ ୯ ଜଣ ଦିବଙ୍ଗତ ଖେଳାଳିମାନଙ୍କୁ ସ୍ମରଣ କରି ଶ୍ରଦ୍ଧାଂଜଳି ପ୍ରଦାନ କରାଯାଇଥିଲା । ବିବିସିସି.ର ସଂପାଦକ ଆଶିଷ କୁମାର ଚନ୍ଦନ ସଭା ପରିଚାଳନା କରିଥିବା ବେଳେ କ୍ଲବ ସଭାପତି ମନୋରଂଜନ ହୋତା ଓ ବରିଷ୍ଠ ସଦସ୍ୟ ମଧୁସୂଦନ ଦାଶ ମଂଚାସୀନ ହୋଇଥିଲେ । ସଂପାଦକ ଶ୍ରୀ ଚନ୍ଦନ ବଳଦେବ ସାହିତ୍ୟ ପରିଷଦର ପ୍ରତିଷ୍ଠା କରିଥିବା ସ୍ୱର୍ଗତ ଗୋପୀନାଥ ଯୋଷୀଙ୍କୁ ଉଦ୍ୟମକୁ ବକ୍ତବ୍ୟ ମାଧ୍ୟମରେ ପ୍ରଶଂସା କରିବା ସହ ଆଗାମୀ ଦିନରେ କ୍ଲବ୍‌ର ସମସ୍ତ ଖେଳାଳିମାନଙ୍କୁ ସମ୍ବର୍ଦ୍ଧନା ଓ ସମ୍ମାନିତ କରିବା ସଂପର୍କୀତ ସୂଚନା ପ୍ରଦାନ କରିଥିଲେ । ପରେ ବରିଷ୍ଠ ସଦସ୍ୟ ପ୍ରଭାତ ଯୋଷୀ, ପ୍ରଣବ ପାଣିଗ୍ରାହୀ, ଗୋବିନ୍ଦ ପାଣିଗ୍ରାହୀ, ବାସୁଦେବ ପାଢ଼ୀ, ନରହରି ହୋତା, ତୁଳସୀଦାସ ପୁରୋହିତ, ଓମ୍‌ପ୍ରକାଶ ଯୋଷୀ, ପରମେଶ୍ୱର ପାଣିଗ୍ରାହୀ ଅଶୀ ଦଶକର ନିଜ ନିଜ ପୁରୁଣା ଅନୁଭୂତି ସ୍ମୃତିଚାରଣ କରି ଆଲୋଚନା କରିଥିଲେ । ବିଶେଷ ଭାବରେ କ୍ଲବ୍‌ର ଏକମାତ୍ର ସେନ୍‌ଚୁରିଆନ୍‌ (୭ଟି ଶତକ), ବିଶ୍ୱଜିତ ହୋତା ଓ କ୍ଲବ୍‌ର ସବୁଠୁ ଉତ୍ତମ ଅଲ୍‌ରାଉଣ୍ଡର ଅନ୍ତର୍ଯ୍ୟାମୀ ହୋତାଙ୍କୁ ଭୂୟସୀ ପ୍ରଶଂସା କରାଯାଇଥିଲା । କ୍ଲବ୍‌ ସଦସ୍ୟ ବାସୁଦେବ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

10 − 10 =