pakka

ସାମାଜିକ ସାଂସ୍କୃତିକ ଅନୁଷ୍ଠାନ “ଭୂମିକା”ର ୩୨ତମ ସ୍ୱନକ୍ଷତ୍ର ଦିବସ ଓ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ “ଭୂମିକା”ର ୩୨ତମ ସ୍ୱନକ୍ଷତ୍ର ଦିବସ ଓ ବାର୍ଷିକ ସାଧାରଣ ବୈଠକ ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇଠାରେ ଅନୁଷ୍ଠିତ ହୋଇଯାଇଛି । “ଭୂମିକା” ସଭାପତି ନୟନ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକର ପ୍ରଥମ ଅଧିବେଶନରେ ଗତ ବର୍ଷ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ଓ ଆଗାମୀ ଦିନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥିଲା । ଚଳିତ ବର୍ଷ ସ୍କୁଲ ଓ କଲେଜସ୍ତରୀୟ ନାଟକ ପ୍ରତିଯୋଗିତା ଓ କର୍ମାଶାଳା କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସେହିପରି ସେପଟେମ୍ବର ମାସରେ “ଭୂମିକା”ର ବାର୍ଷିକ ନାଟକ କରାଯିବା ପ‍ାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଦ୍ଵିତୀୟ ଅଧିବେଶନରେ ଚଳିତ ବର୍ଷ ପାଇଁ କର୍ମକର୍ତ୍ତା ଚୟନ ହୋଇଥିଲା । ଏଥିରେ ସର୍ବସମ୍ମତି କ୍ରମେ ବ୍ୟାସଦେବ ନନ୍ଦ ସଭାପତି, ଚିତ୍ତରଞ୍ଜନ ଦାଶ ଉପସଭାପତି, ଅଖିଳ ଚନ୍ଦ୍ର ହୋତା ସମ୍ପାଦକ, ଶକ୍ତିଦତ୍ତ ମିଶ୍ର ସହସମ୍ପାଦକ, ସଞ୍ଜିବ କୁମାର ମହାନ୍ତି କୋଷାଧ୍ୟକ୍ଷ, ସୋମ ନାଏକ ସଂଯୋଜକ ଓ ବୀରେନ୍ଦ୍ର ବନଛୋର ଜନ ସମ୍ପର୍କ ଅଧିକାରୀ ରୂପେ ନିର୍ବାଚିତ ହୋଇଛନ୍ତି । ଶେଷରେ ଶ୍ରୀ ବନ୍‌ଛୋର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

seventeen − 3 =