pr

ମହର୍ଷି ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

dr. purohit

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହର୍ଷି ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ମିରର-୧୮ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ ହୋଇଯାଇଛି । ଏହି ଅବସରରେ ସମ୍ମାନୀୟ ଅତିଥି ଭାବେ ଡ. ପ୍ରସନ୍ନ ପାଟ୍ଟଶାଣୀ, ପୂର୍ବତନ ଏମ୍‌ଡି ସୁଶାନ୍ତ ରାଉତ, ବିଧାୟକ ଉତ୍ତର ଭୁବନେଶ୍ୱର, ଅନନ୍ତ ନାରାୟଣ ଜେନା, ବିଧାୟକ ମଧ୍ୟ ଭୁବନେଶ୍ୱର, ପଦ୍ମଶ୍ରୀ ଇଲିଆନା ଚିତାରିସ୍ତି ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଇଟାଲୀ, ଡ. ବିଶ୍ୱାମ୍ବର ରାୟ ଏବଂ ଶ୍ରୀମତୀ ମାନସୀରାଣୀ ସୁନ୍ଦରାୟ ୱାର୍ଡ ନଂ ୨୫ କର୍ପୋରେଟର ଯୋଗ ଦେଇଥିଲେ ।

ବିଦ୍ୟାଳୟର ନିର୍ଦ୍ଦେଶିକା ଶ୍ରୀମତୀ ହେନା ମହାପାତ୍ର ସ୍ୱାଗତ ଭାଷଣ ଦେଇ ସମ୍ମାନୀୟ ଅତିଥିମାନଙ୍କୁ ମଞ୍ଚାସୀନ କରାଇଥିଲେ । ଏହାପରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା ସମ୍ମାନୀୟ ଅତିଥିମାନେ ସେମାନଙ୍କ ଅଭିଭକ୍ତି ପ୍ରଦାନ କରିଥିଲେ । ବିଦ୍ୟାଳୟ ଉନ୍ନତି ଓ ଛାତ୍ରଛାତ୍ରୀମାନଙ୍କର କୃତିତ୍ୱ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରତ୍ୟେକ ଛାତ୍ର ଯେପରି ଭବିଷ୍ୟତରେ ଏକ ମେଧାବୀ ଛାତ୍ର ଭାବେ ପରିଗଣିତ ହେବେ ସେ ବିଷୟରେ ବକ୍ତବ୍ୟ ଦେଇଥିଲେ । ପିଲାମାନଙ୍କ ଉପଯୁକ୍ତ ଯତ୍ନ ନେବାକୁ ସମସ୍ତ ଅଭିଭାବକମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହାପରେ ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ତା’ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପିଲାମାନଙ୍କ ଦ୍ୱାରା ଯୋଗ ପ୍ରଦର୍ଶନ, ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ନୃତ୍ୟ ପ୍ରଦର୍ଶନ ଓ କର୍ମମୟ ଜଞ୍ଜାଳରୁ କିଛି ସମୟ ବାହାର କରି ମାଆମାନଙ୍କ ଦ୍ୱାରା ଦେଇଥିବା ନୃତ୍ୟ ଅତ୍ୟନ୍ତ ମନଛୁଅାଁ ହୋଇଥିଲା । ପହିଲି ଫଗୁଣର ଥିରିଥିରି ମଳୟର ସଂଧ୍ୟାରେ ଯୁଗଳ ରାଧାକୃଷ୍ଣଙ୍କ ନୃତ୍ୟ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା ।

ଏହାପରେ ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ନିର୍ଦ୍ଦେଶିକା ଉପସ୍ଥିତ ସମ୍ମାନୀୟ ଅତିଥି ଅଭିଭାବକ ବୃନ୍ଦ, ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ଉଦ୍‌ଯାପନ କରିଥିଲେ ।

nrusinghnath
Leave A Reply

Your email address will not be published.