pakka

ସଂଗୀତ ଶିଳ୍ପୀ ସମାଜର ବାର୍ଷିକ ଉତ୍ସବ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ବସନ୍ତ ପଞ୍ଚମୀ ଅବସରରେ ବିଗତ ବର୍ଷମାନଙ୍କ ଭଳି ଏ ବର୍ଷ ମଧ୍ୟ ସରକାରଙ୍କର ସଂପୂର୍ଣ୍ଣ କୋଭିଡ ଗାଇଡ ଲାଇନ ସହିତ ‘ସଂଗୀତ ଶିଳ୍ପୀ ସମାଜ’ ତା’ର ତିରିଶତମ ସ୍ଵନକ୍ଷତ୍ର ଉତ୍ସବ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ସେକ୍ଟର ୩ ପରିସରସ୍ଥ ମା’ ଲକ୍ଷ୍ମୀଙ୍କ ନାଟମଣ୍ଡପଠାରେ ପାଳିତ ହୋଇଅଛି । ଏହି ଉତ୍ସବରେ ନିମନ୍ତ୍ରିତ ଅତିଥି ଭାବେ ସଂଗୀତାନୁରାଗୀ, କଣ୍ଠଶିଳ୍ପୀ ତଥା ଆର୍‌ଏସ୍‌ପିର ପ୍ରାକ୍ତନ ଉପମହାପ୍ରବନ୍ଧକ ପ୍ରତାପ କୁମାର ରାୟ ଯୋଗଦାନ କରିଥିଲେ । ଶିଳ୍ପୀ ସମାଜର ପରମ୍ପରା ଅନୁଯାୟୀ ଉତ୍ସବର ମୁଖ୍ୟ ଅତିଥି ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଆଜ୍ଞ ମାଳ, ଶ୍ରୀ ଅଙ୍ଗଲାଗି ବସ୍ତ୍ର ଓ ଶ୍ରୀ ଅଙ୍ଗଛଡା ପୁଷ୍ପ ପାଇବା ପରେ ଉତ୍ସବର ଶୁଭାରମ୍ଭ ବାଗ୍‌ଦେବୀ ପୂଜାର୍ଚ୍ଚନାରେ ହୋଇଥିଲା । ସଭାପତି ଶରତ ଧଳ ସ୍ଵାଗତ ସମ୍ଭାଷଣ ଅବସରରେ ଅତିଥି ଶ୍ରୀ ରାୟଙ୍କୁ ଶ୍ରୀ ଅଙ୍ଗଲାଗୀ ବସ୍ତ୍ର ଓ ପୁଷ୍ପରେ ସ୍ବାଗତ କରିବା ସହିତ ସଭାକାର୍ୟ୍ୟର ଶୁଭାରମ୍ଭ ହୋଇଥିଲା । ଶ୍ରୀ ରାୟ, ଜୀବନରେ ସଂଗୀତର ଉପଯୋଗୀତା, ଆବଶ୍ୟକତା ଇତ୍ୟାଦି ଅନେକ ବିଷୟରେ ଗଭୀର ଆଲୋକପାତ କରିବା ସହିତ ଶିଳ୍ପୀ ସମାଜ କାର୍ଯ୍ୟର ଭୂୟସୀ ପ୍ରଶଂସା କରିବା ସହିତ ଏହାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଚଳିତ ବର୍ଷ ରାଉରକେଲାର ବରିଷ୍ଠ କଳାକାର ମନବୋଧ ମିଶ୍ରଙ୍କୁ ଶିଳ୍ପୀ ସମାଜର ସମ୍ମାନଷ୍ପଦ ‘ବାଗ୍‌ଦେବୀ ସମ୍ମାନ’ରେ ସମ୍ମାନିତ ହୋଇଥିଲେ । ଶ୍ରୀ ମିଶ୍ର ତାଙ୍କ ଅଭିଭାଷଣରେ ତାଙ୍କ ଦୀର୍ଘ ସଂଗୀତମୟ ଜୀବନର ଅନୁଭୂତି ବିଷୟରେ ବର୍ଣ୍ଣନା କରିଥିଲେ । ଉତ୍ସବର ନିମନ୍ତ୍ରିତ ବକ୍ତା ଭାବେ ସମାଜସେବୀ ଶ୍ରଦ୍ଧା ଷଡ଼ଙ୍ଗୀଙ୍କୁ ଶ୍ରୀ ମିଶ୍ର ଶ୍ରୀ ଅଙ୍ଗଲାଗୀ ବସ୍ତ୍ର ଓ ପୁଷ୍ପରେ ସ୍ବାଗତ କରିଥିଲେ । ଶ୍ରୀମତୀ ଷଡ଼ଙ୍ଗୀ ତାଙ୍କ ବକ୍ତବ୍ୟରେ ସଂଗୀତସେବା ଓ ସମାଜ ସେବା ବିଷୟରେ ଆଲୋକପାତ କରିଥିଲେ । ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ଯ୍ୟାୟରେ ଡା ସୁଶାନ୍ତ ପାଣି, ଅତିଥି ଶ୍ରୀ ରାୟ, ପ୍ରଫୁଲ୍ଲ ମଙ୍ଗଳ, ବସନ୍ତ ସାହୁ, ପଞ୍ଚାନନ ମଲ୍ଲିକ, ପୁଲିନ ରାଉତରାୟ, ମୀରା ମିଶ୍ର ଇତ୍ୟାଦି ଭଜନ ପରିବେଷଣ କରିଥିଲେ । ବିଭିନ୍ନ ଯନ୍ତ୍ର ସଂଗୀତରେ ମନବୋଧ ମିଶ୍ର, ଜଗନ୍ନାଥ ଦାସ, ବଂଶୀଧର ସାହୁ, ଫକୀର ଇତ୍ୟାଦି ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ମଙ୍ଗଳ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

4 × three =