csstore

ୟୁଥ୍ ହଷ୍ଟେଲର ବାର୍ଷିକୋତ୍ସବ ଆସନ୍ତା ୧୨ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ୟୁଥ୍ ହଷ୍ଟେଲ ଅଫ୍ ଇଣ୍ଡିଆ ରାଉରକେଲାର ୪୬ତମ ବାର୍ଷିକ ଉତ୍ସବ ତଥା ଏହି ଅନୁଷ୍ଠାନର ସର୍ବଭାରତୀୟ ସ୍ତରରେ ୭୫ତମ ବାର୍ଷିକୋତ୍ସବ ଆସନ୍ତା ୧୨ ତାରିଖ ଦିନ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ ବୋଲି ହଷ୍ଟେଲର କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଅନୁଷ୍ଠାନର ସଭାପତି ପ୍ରତାପ କୁମାର ସ୍ୱାଇଁ ଏ ସମ୍ପର୍କରେ ସୂଚନା ପ୍ରଦାନ କରି କହିଲେ ଯେ ଏହି ଅବସରରେ ପୂର୍ବରୁ ଆୟୋଜିତ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ଏହାସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଏହି ଅବସରରେ ସଭାପତି ଶ୍ରୀ ସ୍ୱାଇଁ ଅନୁଷ୍ଠାନର ନବୀକରଣ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ଅମିତାଭ ଠାକୁର, ସମ୍ପାଦକ ନିରଞ୍ଜନ ବେହେରା, କାର୍ଯ୍ୟକାରୀ ସମ୍ପାଦକ ସରୋଜ କୁମାର ପଟ୍ଟନାୟକ, ନୀଳମଣି ମହାପାତ୍ର, ଦେବାଶିଷ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ବରିଷ୍ଠ କର୍ମକର୍ତ୍ତା ମଣ୍ଟୁ ସି.ଏସ୍.ଏନ୍ ଲେଙ୍କା, ପି ସି ମିଶ୍ର, ସମରକାନ୍ତ ମଲ୍ଲିକ, ଉପେନ୍ଦ୍ର ସ୍ୱାଇଁ, ପ୍ରଦୀପ ମହାନ୍ତି, କାପ୍ରା ହାଁସଦା, କାମିନୀ ମହନ୍ତ, ଶ୍ରଦ୍ଧାଶ୍ରୀ ପଟ୍ଟନାୟକ, ସୁପ୍ରିୟା ସମାସୀ,ଲୁସି ଦାଶ, ଇନ୍ଦିରା ପଟ୍ଟନାୟକ, ସୁଲୋଚନା ମିଶ୍ର, ମୀନାକ୍ଷୀ ପାଢ଼ୀ, ମୋନାଲିସା ଗୌଡ, କୃଷ୍ଣଚନ୍ଦ୍ର ପାଢୀ, ସମୀର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.