csstore

୧୯ତମ ଚନ୍ଦ୍ରକାନ୍ତି ମେମୋରିଆଲ ବାର୍ଷିକ କ୍ରୀଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୁଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡାଠାରେ ୧୯ତମ ଚନ୍ଦ୍ରକାନ୍ତି ମେମୋରିଆଲ ବାର୍ଷିକ କ୍ରୀଡାର ଉଦଯାପନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡାଙ୍କ ସଭାପତିତ୍ୱରେ ପୂର୍ବତନ ଖେଳ ଶିକ୍ଷକ ପ୍ରବୀଣ ନାରାୟଣ ପଣ୍ଡା ଉତ୍ସବର ଲକ୍ଷ୍ୟ ତଥା ବିବରଣୀ ପାଠ କରିଥିଲେ । ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ମିର୍ଦ୍ଧାପାଲିର ପ୍ରଧାନ ଶିକ୍ଷକ ସରୋଜ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ଓ କ୍ରୀଡା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଅଭିବୃଦ୍ଧି ପାଇଁ ଆବଶ୍ୟକ ବୋଲି ବକ୍ତବ୍ୟ ରଖିଥିଲେ । ଗ୍ରାମର ବରିଷ୍ଠ ନାଗରିକ ମିତ୍ରଭାନୁ ପଧାନ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ଅନ୍ତର୍ନିହିତ ଗୁଣର ବିକାଶ, ପରିବେଶକୁ ସ୍ଵଚ୍ଛ ରଖିବା ଉପରେ ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ । ବିଦ୍ୟାଳୟର ପରିଚାଳନା ପରିଷଦର ସଭାପତି ନିର୍ମତ ରଣା ପାଠପଢ଼ା ସହ ଖେଳିବା, ପୁଇଁତଲା ବ୍ଲକର ଉପାଧ୍ୟକ୍ଷା ନୀରିମା ଅମାତ ଯୋଗଦେଇ ଛାତ୍ରଛାତ୍ରୀମାନେ ଶୃଙ୍ଖଳା ଓ ସମୟାନୁବର୍ତ୍ତି ହେବା ଉପରେ ଗୁରୁତ୍ୱ ଦେଇଥିଲେ । ପୂର୍ବତନ ପ୍ରଧାନ ଶିକ୍ଷକ ରାଧେଶ୍ୟାମ ଗୁରୁ ବାପା ମାଆ ମାନଙ୍କର ଉପଦେଶ ମାନିବାକୁ କହିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ବଡ଼ପଣ୍ଡା ଶୃଙ୍ଖଳା ଓ ସମୟାନୁବର୍ତ୍ତି ରହିବା ସହ ସ୍ୱାସ୍ଥ୍ୟକୁ ଠିକ ରଖିବା ପାଇଁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ଶିକ୍ଷକ ନୀଳାମ୍ବର ନନ୍ଦ, ଶିକ୍ଷୟିତ୍ରୀ ଶ୍ରୀମାସୂତା ମଲ୍ଲିକ, ଚତୁର୍ଥ ଶ୍ରେଣୀ କର୍ମଚାରୀ ହରିବୋଲ ପଧାନ, ଗଜିନ୍ଦ୍ର ନାଇକ, ଗଜିନ୍ଦ୍ର ସୁନା ସଭା କାର୍ଯ୍ୟରେ ସହଯୋଗ କରିଥିଲେ । ବାଳକ ଓ ବାଳିକା ବର୍ଗରେ ଆଠଟି ଲେଖାଏଁ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅତିଥି ବୃନ୍ଦ ବିଜୟୀ ହୋଇଥିବା ପ୍ରତିଯୋଗୀମାନଙ୍କୁ ମେଡାଲ ସହ ପ୍ରମାଣପତ୍ର ଦେଇ ଉତ୍ସାହିତ କରିଥିଲେ । ବାଳିକା ବିଭାଗରେ ସୁଷମା ପଧାନ ଓ ବାଳକ ବିଭାଗରେ ଓମ ପ୍ରକାଶ ନାଇକ ବିଜୟୀ ହୋଇ ଚମ୍ପିୟାନସ୍‌ ଟ୍ରଫି ଅତିଥିମାନଙ୍କଠାରୁ ଗ୍ରହଣ କରିଥିଲେ । ସମାଜସେବୀ ଅଜିତ କୁମାର ଗୁରୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଓ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷୟିତ୍ରୀ ଅପର୍ଣ୍ଣା ପଟେଲ ।

jayashree
Leave A Reply

Your email address will not be published.