ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଲ ନିକଟସ୍ଥ ଜର୍ଜଗଡ଼ ଗ୍ରାମର ଚନ୍ଦ୍ରକାନ୍ତି ଶତପଥିଙ୍କ ଶାଗୁଆନ ଜଙ୍ଗଲରେ ସୋମବାର କୌଣସି ଏକ ଦୁର୍ବୃତ୍ତ ଅପରାହ୍ନ ପ୍ରାୟ ୨ ଟାରେ ନିଆଁ ଲଗାଇ ଦେଇ ଥିବାରୁ ତିନି ଏକର ବିଶିଷ୍ଠ ଶାଗୁଆନ ଗଛ ନଷ୍ଟ ହୋଇଯାଇଛି । ଫାୟାର କର୍ମଚାରୀ ମାନେ ଖବର ପାଇ ତକ୍ଷଣାତ ଜଙ୍ଗଲରେ ପହଂଚି ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ନିଆଁ ଏତେ ଭୟଙ୍କର ଥିଲା ଯେ ଶୀଘ୍ର ଆୟତ ହୋଇନଥିଲା ଏବଂ ପବନ ମଧ୍ୟ୍ୟ ହେଉଥିଲା ତେବେ ଲକ୍ଷ ଲକ୍ଷ ଟଙ୍କାର ଗଛ ନଷ୍ଟ ହୋଇଯାଇଛି । କେହି ଜଣେ ଦୁର୍ବୃତ୍ତ ମହୁଲ ଗୋଟାଇବା ପାଇଁ ନିଆଁ ଲଗାଇ ଦେଇ ଥିବାର ଅନୁମାନ କରାଯାଉଛି ବୋଲି ଫାୟାର କର୍ମଚାରୀ ମାନେ କହିଛନ୍ତି । ଅକ୍ଲାନ୍ତ ପରିଶ୍ରମ କରିଥିବା ଫାୟାର କର୍ମଚାରୀ ମାନେ ହେଲେ ନିରଞ୍ଜନ ବାରିକ, ଜୟଦେବ ପଟେଲ, ବଳରାମ ମୁଣ୍ଡା, ବିହାରିଲାଲ ବାଗ, ଉଦୟଭାନୁ ମହନ୍ତ, ପ୍ରକାଶ ମଟରି, ରାଜେଶ ଛାଟୋଇ ପ୍ରମୁଖ ଏହି କାମରେ ନିଯୁକ୍ତ ହୋଇଥିଲେ ।
Next Post