csstore

ଗଣ୍ଡାବଜା ମହୋତ୍ସବ ପାଳନ ପାଇଁ ଆଲେଚନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ନିକଟରେ ଜିଲ୍ଲାର ବିଶିଷ୍ଟ କଳାକାର, କଳା ସଂଗଠକ, ସାଂସ୍କୃତିକ ଅନୁଷ୍ଠାନର କର୍ତ୍ତୃପକ୍ଷ ଓ ସମାଜସେବୀ ମାନଙ୍କୁ ନେଇ ଏକ ଆଲୋଚନା ବୈଠକ ବସିଥିଲା । ଏହି ବୈଠକରେ ଜିଲ୍ଲାସ୍ତରୀୟ ଗଣ୍ଡାବଜା ମହୋତ୍ସବ ଆୟୋଜନ କରିବାକୁ ଆଲେଚନା କରାଯାଇଥିଲା । ପଶ୍ଚିମ ଓଡିଶାର ଅସ୍ମିତା ଏହାର କଳା ସଂସ୍କୃୃତି । ଏହି ସଂସ୍କୃତିର ବାହକ ଭାବରେ ଗଣ୍ଡାବଜା କେଉଁ କାଳରୁ ଏହାର ଗୌରବ ଅକ୍ଷୁର୍ଣ୍ଣ ରଖିଛି । ସମୟକ୍ରମେ ଏ ସଂସ୍କୃତି, ବିକୃତି ହେବାରେ ଲାଗିଛି । ଗଣ୍ଡାବଜାର ମୌଳିକତା ଉପରେ ଆଧୁନିକତାର ପ୍ରଭାବ ଏହାର ଅନ୍ୟ ଏକ ପ୍ରମୁଖ କାରଣ ବୋଲି ସଭାରେ ଆଲେଚନା କରାଯାଇଥିଲା । ତେଣୁକରି ଗଣ୍ଡାବଜାର ଇତିହାସ, ବର୍ତ୍ତମାନ, ଭବିଷ୍ୟତ ସମ୍ପର୍କରେ ଆଲେଚନା କରିବା, ଗ୍ରାମାଞ୍ଚଳର କଳାକାର ମାନଙ୍କୁ ଜିଲ୍ଲାସ୍ତରରେ ଏକ ମଞ୍ଚ ଯୋଗାଇବା, ତୃଣମୂଳସ୍ତରରେ ଏ ଲୋକଧାରାକୁ ବଞ୍ଚାଇ ରଖିଥିବା କଳାକାର ମାନଙ୍କୁ ଲୋକଲୋଚନକୁ ଆଣିବା ସହିତ କଳା ଓ କଳାକାରଙ୍କ ଉତ୍ତରୋତ୍ତର ଉନ୍ନତି ପାଇଁ ଜିଲ୍ଳାସ୍ତରୀୟ ଗଣ୍ଡାବଜା ମହୋତ୍ସବ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା । ଏହି ବୈଠକରେ ବିଶିଷ୍ଟ ଗବେଷକ ତଥା କଳା ସଂଗଠକ ନିଳାଞ୍ଚଳ ନନ୍ଦ, ବିଶିଷ୍ଟ କଳାକାର ଅଶୋକ ଦୀପ, ବିପିନ ବାରିକ, ସିମେଇ ଚରଣ ଦୀପ, ବୈକୁଣ୍ଠ ବାରିକ, ତରଣୀସେନ ଦୀପ, ମହଡ ବାରିକ, ଜ୍ୟୋତିଷ ମୁଗ୍ରୀ, ଅର୍ଜୁନ ମୁଗ୍ରୀ, ସୁଶାନ୍ତ ମଲ୍ଲିକ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.