ମାଲକାନଗିରିର ପୋଲ ଉପରେ ବନ୍ୟାପାଣି

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଆଜି ମଧ୍ୟ ବର୍ଷା ଜାରି ରହିଛି । ଲଗାଣ ବର୍ଷାରେ ବେହାଲ ହୋଇଛି ସମଗ୍ର ମାଲକାନଗିରି ଜିଲ୍ଲା । ଗତ ତିନି ଦିନ ଧରି ବର୍ଷା ଲାଗିଥଃବାରୁ ପୋଲ ଉପରେ ମଧ୍ୟ ଯାତାୟାତ ଠପ୍ ରହିଛି । ଶିରେ ବୁଡି ରହିଛି ଜିଲ୍ଲାର ମାଲକାନଗିରି ଠାରୁ ମୋଟୁ ପର୍ଯ୍ୟନ୍ତ ୩୨୬ ନମ୍ବର ଜାତୀୟ ରାଜପଥର ପୋଲ ଉପରେ ବନ୍ୟାପାଣି ପ୍ରବାହିତ ହେଉଛି । ଏମଭି-୯୬ ପୋଲ ଉପରେ ୨ ରୁ ୩ ଫୁଟ ପାଣି ପ୍ରବାହିତ ହେଉଥଃବା ବେଳେ ପୋଟେରୂ ଓ କାଙ୍କୁରୁକୋଣ୍ଡା ପୋଲ ଉପରେ ୫ ରୁ ୬ ଫୁଟ ପର୍ଯ୍ୟନ୍ତ ବନ୍ୟା ପାଣି ପ୍ରବାହିତ ହେଉଛି । ଫଳରେ ମାଲକାନଗିରି ଠାରୁ କାଲିମେଳା ମୋଟୁ ଓ ପଡିଆ ମଧ୍ୟରେ ଯୋଗାଯୋଗ ସଂପୂର୍ଣ୍ଣ ଭାବେ ବିଚ୍ଛିନ୍ନ ରହିଛି । ପୋଲର ଦୁଇ ପାଶ୍ୱର୍ରେ ଶହ ଶହ ଯାନବାହାନ ଅଟକି ରହିଛି । ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହି ଘଟଣା ଉପରେ ନଜର ରଖିଛନ୍ତି ।

Leave A Reply

Your email address will not be published.