
ବଲାଙ୍ଗିର, (କେପିଏନ୍ଏସ୍) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଉପଲକ୍ଷେ, ଜିଲ୍ଲା ଓଡ଼ିଆ ଖଣ୍ଡାୟତ ସମାଜ, ବଲାଙ୍ଗିର ତରଫରୁ ଦହି ପାଣି ବିତରଣ କାର୍ଯ୍ୟକ୍ରମ ସ୍ଥାନୀୟ ବ୍ଲୂଲେଗୁନ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଦଳପତି ଦାରା ସିଂ ବେହେରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସମ୍ପାଦକ ହେମ ସାଗର ସ୍ୱାଇଁ, ସହ ସମ୍ପାଦକ ସୁନୀଲ ପ୍ରଧାନ, କୋଷାଧ୍ୟକ୍ଷ ସିନ୍ଧୁ ଭୂଷଣ ଗୂରୁ, ମୁଖ୍ୟ ଉପଦେଷ୍ଟା ସୁରେନ୍ଦ୍ର ନେଗୀ, ସଦସ୍ୟ ଅଶୋକ ବେହେରା, କିରୀଟ ନାଏକ, ବସନ୍ତ ଦଳେଇ, ରଘୁନାଥ ରାଉତ, ସୁବ୍ରତ ଖଣ୍ଡୁଆଳ, ଚକ୍ରଧର ପରିଡ଼ା, ସଂଜୀବ କୁମାର ପ୍ରଧାନ, ଦେବରାଜ କବାଟ, ଯୁଧିଷ୍ଠିର ପ୍ରଧାନ, ଅରୁଣ କୁମାର ପ୍ରଧାନ ପ୍ରମୁଖ ଓ ନାରୀ ଶକ୍ତିମାନଙ୍କ ମଧ୍ୟରେ ଶ୍ରୀମତୀ ଜୟନ୍ତୀ ବେହେରା, ଶ୍ୱେତା ଖଣ୍ଡୁଆଳ ମାନସୀ ସ୍ୱାଇଁ, ଆଲ୍ଲାଦିନୀ ପ୍ରମୁଖ ଓ ଅନେକ ସଭ୍ୟସଭ୍ୟା ସକ୍ରିୟ ଅଂଶ ଗ୍ରହଣ କରି ଭକ୍ତ ତଥା ଜନସାଧାରଣଙ୍କୁ ଦହି ପାଣି ବିତରଣ ସେବା କାର୍ଯ୍ୟରେ ସାହାଯ୍ୟ ସହଯୋଗ କରିଥିଲେ । ଜିଲ୍ଲା ଓଡ଼ିଆ ଖଣ୍ଡାୟତ ସମାଜ, ବଲାଙ୍ଗିରର ଏହି କାର୍ଯ୍ୟକ୍ରମ ପାଇଁ ଅନେକ ମହଲରୁ ପ୍ରଶଂସା କରାଯାଇଛି ।