pr

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଉପକରଣ ବଣ୍ଟନ

dr. purohit
  • ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଉପକରଣ ବଣ୍ଟନ

ମ.ରାମପୁର, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଗୋଷ୍ଟୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟ ପରିସରରେ ବ୍ଲକ ବିଭିନ୍ନ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ନେଇ ଚିକିତ୍ସା ସହାୟକ ଓ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ପବିତ୍ର ଗଡତିଆ, ଏ.ବି.ଇ.ଓ. ଯାଜ୍ଞସେନ ନିଆଲ, ଆମ ଜଙ୍ଗଲ ଯୋଜନା ଦଳପତି ତଥା ସମାଜସେବୀ ପ୍ରଦିପ କୁମାର ସାହୁ ଉପସ୍ଥିତ ରହି, ୨୪ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଆଶା ବାଡ଼ି, ଟ୍ରାଇ ସାଇକଲ, ହୁଇଲ ଚେଆର, ଶ୍ରବଣ ଯନ୍ତ୍ର ,ରୋଳାଟର ଭଳି ବିଭିନ୍ନ ଉପକରଣ ବଣ୍ଟନ କରିଥିଲେ । ଏଥିରେ ଭୁବନେଶ୍ୱର ଆଲିମକୋ ଡାକ୍ତର ସତ୍ୟବ୍ରତ ଗିରି, ଡାକ୍ତର ମନୋଜ କୁମାର ସେଠୀ, ଡାକ୍ତର ଆଲୋକ କୁମାର ସାହୁ ଚିକିତ୍ସା ଓ ପରୀକ୍ଷା କରିଥିବା ବେଳେ ବି.ଆର.ପି. ସୁଦର୍ଶନ ସାହୁ, ହଳଧର ମେହେର ଓ ସ୍ୱେଚ୍ଛାସେବୀ ଅମର ଦୀପ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

nrusinghnath
Leave A Reply

Your email address will not be published.