
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଟେମରୀ ହାଇସ୍କୁଲର ୧୯୯୨ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି । ଏହି ଉତ୍ସବରେ ଅବସର ପ୍ରାପ୍ତ ଶିକ୍ଷକ ସତ୍ୟ ନାରୟଣ ତ୍ରିପାଠୀ ଓ ଗୋବିନ୍ଦ ପାଣିଗ୍ରାହୀ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏହି ଉତ୍ସବକୁ ସଂଯୋଜନା କରିଥିଲେ ବ୍ୟାଚର ଛାତ୍ର ରବି ପ୍ରଧାନ । ଅନ୍ୟ ସାଥୀ ମାନଙ୍କ ମଧ୍ୟରେ ଏଥିରେ ଅଂଶ ଗ୍ରହଣ କରିଥିଲେ ଘନଶ୍ୟାମ ସାହୁ, ପରମା ନନ୍ଦ ଭୋଇ, କୃପାସିନ୍ଧୁ ପ୍ରଧାନ, କେଶବ ଭୋଇ, ରମେଶ ଯୋଶୀ, ଜୟପ୍ରକାଶ ଭୋଇ, ଦାଶରଥି ଚାନ୍ଦ, ସୁରେଶ ପ୍ରଧାନ, ପାର୍ବତୀ ସିଂ, ଲୁଭାବତି ମହାନନ୍ଦ, ବିଷୟା ଜାଲ, ସାବିତ୍ରୀ ଜାଲ ପ୍ରମୁଖ । ଶେଷରେ କୃପାସିନ୍ଧୁ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।