pakka

ଭି.ଓ.ଏ.ର ବନ୍ଧୁମିଳନ କାର୍ଯ୍ୟକ୍ରମ

bbehera

ପାଟଣାଗଡ, (କେପିଏନ୍‌ଏସ୍‌) : ଗତ ତା ୧୭/୧୨/୨୦୨୩ ରବିବାର ଦିନ କାହ୍ନା ବିହାର ପାଟଣାଗଡଠାରେ ଭଏସ୍‌ ଅଫ୍ ଆଲୋକ(VOA)ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କମିଟି ସଭାପତି ତ୍ରିଲୋଚନ ସାହୁ ସଭାପତିତ୍ୱ କରିଥିବା ବେଳେ ସେକ୍ରେଟାରୀ ଆଲୋକ କୁମାର ପଣ୍ଡା ସଭା ପରିଚାଳନା କରିଥିଲେ । ଅନ୍ୟାନ୍ୟ ସଦସ୍ୟ ଚନ୍ଦନ ମିଶ୍ର, ଘନଶ୍ୟାମ ମେହେର, କଙ୍ଗନମୟ ମିଶ୍ର, ବଂଶୀଧର ପରୁଆ, ହେମନ୍ତ ସେଠ୍, ପ୍ରମୋଦ ବଗର୍ତ୍ତୀ, ସଞ୍ଜୀବ ପୁରୋହିତ, ବୈଦ୍ୟନାଥ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ । ଉକ୍ତ ସଭାର ମୁଖ୍ୟ ଆଲୋଚନାର ବିଷୟବସ୍ତୁ ଥିଲା ଯେ କିପରି ଆମ ଅଞ୍ଚଳର ଲୁଚି ଯାଉଥିବା କଳାକାରମାନଙ୍କୁ ଲୋକମାନଙ୍କ ସମ୍ମୁଖକୁ ଅଣାଯିବ । ଆଗାମୀ ସବ୍‌ଡିଭିଜନ୍‌ସ୍ତରୀୟ ଲୋକ ଉତ୍ସବରେ ସକ୍ରିୟ ଅଂଶଗ୍ରହଣ ପାଇଁ ମଧ୍ୟ ଏକ ପ୍ରସ୍ତୁତି ବୈଠକ ବସିଥିଲା । ଶେଷରେ ଅନ୍ନ ସେବନ ସହ ସଭାସାଙ୍ଗ ହୋଇଥିଲା ।

jay balangir
Leave A Reply

Your email address will not be published.

eighteen + nine =