ଦେବଙ୍ଗ ଇନ୍ଦିରା ଗାନ୍ଧୀ ହାଇସ୍କୁଲ ୨୦୧୭ ମାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି ପଂଚାୟତର ଦେବଙ୍ଗ ଗାଁରେ ଥିବା ଇନ୍ଦିରା ଗାନ୍ଧୀ ହାଇସ୍କୁଲର ୨୦୧୭ ମାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମରତନ ମେହେର, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କଳିଷ୍ଠ ପ୍ରଧାନ, ସାଧୁରାମ ପାଣିଗ୍ରାହୀ, ଚନ୍ଦ୍ରମଣି ଭାଟି, ଚୌବନ ଜାନୀ, ବୀରେନ୍ଦ୍ର କୁମାର ଖଟୁଆ ଓ ଗୌରାଙ୍ଗ ଦୀପ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିମାନଙ୍କୁ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ତପନ ସାହୁ, ଗୁଣସାଗର ସାହୁ, ଫକୀର ବେହେରା, ବିକାଶ ହାତୀ, ଅନିଶା ନେଓରା ପ୍ରମୁଖଙ୍କ ସହ ପୁରାତନ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ । ସମସ୍ତ ପୁରାତନ ଛାତ୍ରଛାତ୍ରୀମାନେ ସ୍କୁଲର ପୁରୁଣା ସ୍ମୃତିକୁ ମନେ ପକାଇବା ସହ ବିଦ୍ୟାଳୟର ଉନ୍ନତି କିପରି ଭାବେ ହୋଇପାରିବ ସେ ସମ୍ପର୍କରେ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏଥିରେ ବହୁ ପୁରାତନ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

2 × 5 =