csstore

ସଇଁନ୍ତଲା କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ସଫଳ

ସଇଁନ୍ତଲା, (ଅଜିତ କୁମାର ସାହୁ) : ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ବୃଦ୍ଧି ଯୋଗୁ ସାଧାରଣ ଜନତା ଅତିଷ୍ଠ ହୋଇ ପଡ଼ିଥିବା ଅଭିଯୋଗ କରି ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଥିଲା । ତେବେ ଦଳ ପକ୍ଷରୁ ଆଜି ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଥିଲା । ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ଆଜି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଦଳ ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇଙ୍କ ନେତୃତ୍ୱରେ ସଇଁନ୍ତଲା ବ୍ଲକ କଂଗ୍ରେସ ସଭାପତି ଗୁଣ ସାଗର ମାଝିଙ୍କ ସଭାପତି‌ତ୍ୱରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। । କଂଗ୍ରେସ ବନ୍ଦ ପାଳନ ବେଳେ ବଲାଙ୍ଗିର ଜିଲ୍ଲାରେ କଂଗ୍ରେସ କର୍ମୀମାନେ ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରି ବନ୍ଦ ପାଳନ କରିଛନ୍ତି । ସହରର ସମସ୍ତ ଦୋକାନ ବଜାର, ବ୍ୟାବସାୟିକ ପ୍ରତିଷ୍ଠାନ, ଅଫିସ ଗୁଡ଼ିକ ବି ବନ୍ଦ ରହିଥିବାର ଦେଖିବାକୁ ମିଳିଛି ।

ଅନ୍ୟପଟେ କଂଗ୍ରେସ ସମର୍ଥକମାନେ ଜାତୀୟ ରାଜପଥ ୨୬ରେ ଆଜି ସକାଳୁ କଂଗ୍ରେସ ଦଳ ଯୁବ ନେତା ନିର ଭୋଇଙ୍କ ନେତୃତ୍ୱରେ ରାସ୍ତା ଅବରୋଧ କରିଥିଲେ । ଏଥିରେ ହାଡୁ ପସାୟତ, ମଧୁ ବୁଡେକ, ହେମନ୍ତ ବେହେରା, ଚିତରଂଜନ କୁମାର, ଉମାକାନ୍ତ ପରାଭୁଏ, ବ୍ରଜ ଭୋଇ, ଉମାକାନ୍ତ ସୁନା, ଭାଗରଥୀ ଭୋଇ, ଟୁକୁ ବୁଡେକ, ଉପେନ୍ଦ୍ର ବାଗ, ରେଶବ ସୁନା, ଲଛ ମନ ଭୋଇ, ପ୍ରଦୀପ କୁମ୍ଭାର, ଜୟପାଳ କୁମାର ସମେତ ବିଭିନ୍ନ କର୍ମୀମାନେ ସାମିଲ ହୋଇଥିବା ବେଳେ ସ୍ଥାନୀୟ ବ୍ୟାଙ୍କ ଛକ ଠାରେ ରାଷ୍ଟ୍ରୀୟ ମଜଦୁର ସଂଘ ସଭାପତି କୃଷ୍ଣଚନ୍ଦ୍ର ସାହୁ, ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ମିଡିଆ ସେଲ ସଂଯୋଜକ ସୁବ୍ରତ ବେହେରା, ଚାଷୀ ମୂଲିଆ ସଂଗଠନ ପ୍ରେମ ଭୋଇ, ବ୍ଳକ କିଷାନ କଂଗ୍ରେସ ସଭାପତି ଉତ୍ତମ ପୁଟେଲ, ଦୁଃଖି ଶ୍ୟାମ ସାହୁ, ଗୋପାଳ ମନହିରା, ଗଦାଧର ସାହୁ, ପାଣ୍ଡବ ସାହୁ, ଲକ୍ଷେ ସ୍ୱର ସାହୁ, ସୁବୋଧ ମିଶ୍ର, ଦେବେନ୍ଦ୍ର ଯୋଶୀ, ରଜତ ପଟ୍ଟନାୟକ, ସାରଥୀ ସାହୁ, କୁଶ ସାହୁ, ନରେନ୍ଦ୍ର ପଧାନ, କୁନାଲ ଛତ୍ରିଆ, ଲଷ୍ମୀ ମେହେର, ପ୍ରେମ ରାଜ ପଣ୍ଡା, ଚକା ମାଝି ପ୍ରମୁଖ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.