mahavir

ଆଜି ଭାରତ ବନ୍ଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତ ମୁକ୍ତି ମୋର୍ଚ୍ଚା ଓ ରାଷ୍ଟ୍ରୀୟ ପଛୁଆ ବର୍ଗ ପକ୍ଷରୁ ଭାରତ ବନ୍ଦର ଡାକରା ଦିଆଯାଇଥିଲା । ସେହି କ୍ରମରେ ଆଜି ବଲାଙ୍ଗିର ବନ୍ଦ ରହିଛି । ଭାରତ ମୁକ୍ତି ମୋର୍ଚ୍ଚା ଓ ଏସସି, ଏସଟି ସାମନ୍ୱୟ କମିଟିର ସଦସ୍ୟମାନେ ପିକେଟିଂ କରି ପୋଷ୍ଟ ଅଫିସ, ଦୋକାନ ବଜାର ବନ୍ଦ କରିଥିଲେ । ପରେ ପରେ ଆନ୍ଦୋଳନକାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ବଳବତ୍ତର ରହିବାକୁ ଥିବା ବେଳେ ଏଯାଏଁ ବନ୍ଦ ଶାନ୍ତିପୂର୍ଣ୍ଣ ରହିଛି ।

Leave A Reply

Your email address will not be published.