pakka

୧୨ କ୍ଵିଣ୍ଟାଲ ଖଇର କାଠ ଜବତ କଲା ଲୋଇସିଂହା ବନବିଭାଗ

bbehera

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବନାଞ୍ଚଳ ଅନ୍ତର୍ଗତ ବଡଟିକା ନିକଟରୁ ଶନିବାର ସନ୍ଧ୍ୟାରେ ସ୍ଥାନୀୟ ବନବିଭାଗ ଏକ ଖଇର କାଠ ବୋଝେଇ ପିକଅଫ୍ ଭ୍ୟାନ୍‌ ଜବତ କରିଛି । ଚଢ଼ାଉ ସମୟରେ କାଠ ମାଫିଆମାନେ ଫେରାର ହେବାରେ ସକ୍ଷମ ହୋଇ ଥିବାବେଳେ ଘଟଣାସ୍ଥଳରୁ ବନବିଭାଗ ଏକ ବାଇକ୍ ମଧ୍ୟ ଜବତ କରିଥିବା ଜଣାପଡ଼ିଛି । ଜବତ କାଠ ଆନୁମାନିକ୧୨ କ୍ଵିଣ୍ଟାଲ ହେବ ବୋଲି ବନବିଭାଗ ସୂଚନା ଦେଇଛି । ରେଞ୍ଜ ଅଧିକାରୀ ପାଉଲ ହରପାଲଙ୍କ ନେତୃତ୍ୱରେ ଫରେଷ୍ଟର ବାବୁଲା ଦାସ, ବସନ୍ତ ମହାକୁରଙ୍କ ସମେତ ପାରା ୱାଚର୍ ତଥା ଅନ୍ୟାନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ଥିଲେ । ଅଭିଯୁକ୍ତମାନେ ଫେରାର ଥିବା ବେଳେ ବନବିଭାଗ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାଯାଇଛି ।

jay balangir
Leave A Reply

Your email address will not be published.

5 + twenty =

error: Content is protected !!