pr

ବରଗଡ଼ ମହିଳା ସମିତି ପକ୍ଷରୁ ତୋରା କଲେଜରେ ବନ ମହୋତ୍ସବ

dr. purohit

ବରଗଡ଼, (ନିରୋଜ କୁମାର ପାଣୀ) : ତୋରା କଲେଜରେ ବରଗଡ଼ ମହିଳା ସମିତି ପକ୍ଷରୁ ମାଁ ପାଇଁ ଗଛଟିଏ ବନ ମହୋତ୍ସବ ପାଳନ କରାଯାଇଥିଲା । କଲେଜ ଅଧ୍ୟକ୍ଷ ଶ୍ରୀରାମ କର ଏବଂ ମହିଳା ସମିତି ଅଧ୍ୟକ୍ଷା ଅଞ୍ଜନା ଦାସ ମିଳିତ ଭାବରେ ଏକ ଗଛ ଲଗାଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହାପରେ ସଦସ୍ୟା ଗଣ ବିଭିନ୍ନ କିସମର ଚାରା କଲେଜ ପରିସରରେ ରୋପଣ କରି ଏହାର ଯତ୍ନ ନେବାକୁ ବୁଝାଇଥିଲେ । ବାଲେଶ୍ଵର ଏଫଏମ କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ ସ୍ମୃତିରେ ମଧ୍ୟ ଏକ ଗଛ ଲଗା ଯାଇଥିଲା । ଏହି ଅବସରରେ କଲେଜ ଅଧ୍ୟକ୍ଷ ଶ୍ରୀ କରଙ୍କୁ ସମିତି ପକ୍ଷରୁ ସମ୍ମାନିତ କରାଯାଇଥିଲା । ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ କଲେଜର କର୍ମଚାରୀ ଯୁଧିଷ୍ଟିର ସାହୁ, ଗୁରୁଦେବ ପ୍ରଧାନ, କିଶୋର ଷଣ୍ଢ, ପ୍ରଫୁଲ୍ଲ ପୁଝାରୀ ସହଯୋଗ କରିଥିବା ବେଳେ ଅଧ୍ୟାପକ, ଅଧ୍ୟାପିକା ଗଣ ଉପସ୍ଥିତ ଥିଲେ । ସମିତିର ସମ୍ପାଦିକା ସୁଧାଂଶୁବାଳା ଦାଶ, କୋଷାଧ୍ୟକ୍ଷ ମମତା ମିଶ୍ରଙ୍କ ସମେତ ଡ଼ା କମଳିନୀ ଶତପଥୀ, ସୁନିତା କର, କନକ ପ୍ରଧାନ, ସ୍ଵାଧିନୀ ଦାଶ, ଜୟଗୀତା ପଣ୍ଡା, ପ୍ରତିମା ବାରିକ, ତନିମା ଦାଶ, ପଦ୍ମିନୀ ସାହୁ, ଶୈବଳିନୀ ପଣ୍ଡା, ସରିତା ସଲୋନୀ ଦାସ, ବାସନ୍ତୀ ଗଡତିଆ, ସସ୍ମିତା ପଟ୍ଟନାୟକ, ରିନୁ ପତି, ମାମି ମିଶ୍ର, ଅନିମା ଚକ୍ରବର୍ତ୍ତୀ, ମାନସୀ ପ୍ରଧାନ, ମୀନା ପଣ୍ଡା, ଦିବ୍ୟକାନ୍ତି ଭୋଇ, ଜୟନ୍ତୀ ପ୍ରଧାନ, ବିନୋଦିନୀ ପଧାନ, ପ୍ରଣତି ପଣ୍ଡା, ସଂଘମିତ୍ରା ପଟେଲ, ମୀନାକ୍ଷୀ କର, ସୁମିତ୍ରା ଦାଶ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ ।

nrusinghnath
Leave A Reply

Your email address will not be published.