csstore

ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ବାର୍ଷିକ ସମାରୋହ ଅନୁଷ୍ଠିତ : ତଥାକଥିତ ରାଜନୀତିରୁ ଉର୍ଦ୍ଧ୍ବରେ ରହି ସମାଜ ସେବା କରୁଥିବା ବଲାଙ୍ଗିର ସ୍ୱେଚ୍ଛାସେବୀ ସଙ୍ଗଠନକୁ ଶୁଭେଚ୍ଛା ଜଣାଇଲେ ମନ୍ତ୍ରୀ ସୁଶାନ୍ତ ସିଂ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସ୍ୱେଚ୍ଛାସେବୀ ସଙ୍ଗଠନର ବାର୍ଷିକ ସମାରୋହ ସ୍ଥାନୀୟ ପ୍ୟାଲେସ୍‌ଲାଇନ ସ୍ଥିତ ମିନା ଟେଣ୍ଟ ହାଉସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଗ୍ରାମ୍ୟ ଓ ଉନ୍ନୟନ ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ଡ. ଅରୁଣ କୁମାର ନାଏକ, ସମ୍ମାନିତ ଅତିଥି ଭାବରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ବଲାଙ୍ଗିରର ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର, ପ୍ରଦିପ୍ତ କୁମାର ମିଶ୍ର, ସନ୍ଦିପ କୁମାର ବାଗ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଅତିଥି ମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ କରାଯାଇଥିଲା । ପରେ କରୋନା ମୃତକଙ୍କୁ ସାମୁହିକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ସଙ୍ଗଠନ ତରଫରୁ ସଦସ୍ୟଙ୍କ ହେଲ୍‌ପଡେକ୍ସ ନମ୍ବର ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସିଂଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ସେବା ମନୋଭାବ ରଖି ନିଜକୁ ସଂକଳ୍ପ ଓ ସମର୍ପିତ କରି ଆସିଥିବା ଏହି ସଙ୍ଗଠନ କୋଭିଡ ମହାମାରୀ ସମୟରେ ହେଉ କିମ୍ବା ବନ୍ୟା, ରକ୍ତଦାନ, ସ୍ୱାସ୍ଥ୍ୟ ସେବା, ଅସହାୟ ରୋଗୀଙ୍କୁ ସହଯୋଗ କରିବା, ଅସହାୟଙ୍କ ଶବ ସତ୍‌କାର କରିବା, ବୃକ୍ଷରୋପଣ କରିବା ଆଦି କ୍ଷେତ୍ରରେ ନିଃସ୍ୱାର୍ଥ ଭାବରେ ସେବା ମନୋଭାବ ରଖି ସମାଜ ପାଇଁ କାମ କରି ଆସିଥିବା ବଲାଙ୍ଗିର ସ୍ୱେଚ୍ଛାସେବୀ ସଙ୍ଗଠନକୁ ମଞ୍ଚରେ ମଞ୍ଚାସୀନ ଅତିଥି ମାନେ ନିଜ ବକ୍ତବ୍ୟରେ ଧନ୍ୟବାଦ ଦେବା ସହ ଶୁଭେଚ୍ଛା ଜଣାଇଥିଲେ । ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସିଂ ମଧ୍ୟ ନିଜ ବକ୍ତବ୍ୟରେ ତଥାକଥିତ ରାଜନୀତିରୁ ଉର୍ଦ୍ଧ୍ବରେ ରହି ସମାଜ ସେବା କରୁଥିବା ବଲାଙ୍ଗିର ସ୍ୱେଚ୍ଛାସେବୀ ସଙ୍ଗଠନକୁ ଶୁଭେଚ୍ଛା ଜଣାଇଥିଲେ ।

ପରେ ସଙ୍ଗଠନ ତରଫରୁ ‘କୋଶଳ ପ୍ରବାହ’ ସମ୍ବାଦ ପତ୍ର ଏବଂ ସମାଜ ସେବା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବିଶିଷ୍ଟ ସମାଜସେବୀ, ସମ୍ବାଦିକ ଏବଂ ସ୍ୱେଚ୍ଛାସେବୀ ସଙ୍ଗଠନ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା ।

jayashree
Leave A Reply

Your email address will not be published.