ବଲାଙ୍ଗିର : ସପ୍ତମ ଶ୍ରେଣୀର ଜଣେ କୁନି ଝିଅ । ପାଠପଢ଼ାରେ ଯେତିକି ଦକ୍ଷ, ସଙ୍ଗୀତରେ ସେତିକି ପ୍ରତିଭାଶାଳୀ । ନିଜ ସୁମଧୁର କଣ୍ଠରେ ଭଜନ ପରିବେଷଣ କରି ଏବେ ବଲାଙ୍ଗିରରେ ବେଶ୍ ଚର୍ଚ୍ଚାରେ ଅଛନ୍ତି ରୁଦ୍ରାଣୀ ପ୍ରିୟଦର୍ଶିନୀ ସାହୁ । ଛୋଟବେଳୁ ବାପାଙ୍କ ପ୍ରେରଣା ଓ ଉତ୍ସାହରେ ସଙ୍ଗୀତ ପ୍ରତି ତାଙ୍କର ଆଗ୍ରହ ବଢ଼ିଥିଲା । ନିୟମିତ ଅଭ୍ୟାସ ଏବଂ ନିଷ୍ଠାର ବଳରେ ଆଜି ସେ ଭଜନ ଗାୟିକା ଭାବେ ସମସ୍ତଙ୍କ ହୃଦୟ ଜିତୁଛନ୍ତି। ପାଠପଢ଼ାରେ ଜଣେ ସଫଳ ଡାକ୍ତର ହେବା ସହ ସଙ୍ଗୀତ ଜଗତରେ ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀ ହେବା ତାଙ୍କର ସ୍ୱପ୍ନ । ବାପା-ମାଆଙ୍କ ଭଲପାଇବା, ବିଶ୍ୱାସ ଓ ସହଯୋଗ ହିଁ ତାଙ୍କ ସଫଳତାର ମୂଳ ଶକ୍ତି । କୁନି ବୟସରେ ନିଜ ପ୍ରତିଭା ବଳରେ ରୁଦ୍ରାଣୀ ପ୍ରିୟଦର୍ଶିନୀ ସାହୁ ଆଜି ବଲାଙ୍ଗିର ମାଟିର ଜଣେ ଚର୍ଚ୍ଚିତ କୁନି ପ୍ରତିଭା ଭାବେ ପରିଚିତ ହୋଇପାରିଛନ୍ତି ।
