ବାମନ ଓ ପର୍ଶୁରାମ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

csstore

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରାଜାଘରର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ପକ୍ଷରୁ ପରିଚାଳିତ ଛତ୍ରପୁର ସହରର ମଝିବଜାର ଉପରେ ଅବସ୍ଥିତ ଗୁଣ୍ଡିଚା ମନ୍ଦିରରେ ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀ ଜଗନ୍ନାଥଙ୍କ ଶ୍ରୀ ବାମନ ଅବତାର ବେଶ ଏବଂ ବଳଦେବ ଜୀଉଙ୍କ ପର୍ଶୁରାମ ବେଶ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଏହି ବେଶ ଦେଖି ଅଗଣିତ ଭକ୍ତଜନ ବିମୋହିତ ହୋଇଥିଲେ । ଦୈନିକ ସନ୍ଧ୍ୟାରେ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆରତୀ ବନ୍ଦାପନା ଏବଂ ଆଡ଼ପ ମଣ୍ଡପରେ ଭଜନ ଜଣାଣ ଚଉତିଶା ପାଠରେ ମୁଖରୀତ ହୋଇ ଦୈନିକ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟିରେ ସ୍ଥାନଟି ଉଚ୍ଛୁଳି ପଡୁଛି ।

Leave A Reply

Your email address will not be published.