ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫ ବଲାଙ୍ଗିର ଜିଲ୍ଲାରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଆଗଲପୁର ବ୍ଲକ ନଅଗାଁ ଗ୍ରା.ପ.ରୁ ୪, ବଲାଙ୍ଗିର ବ୍ଲକ୍‌ ଭୁତିଆରବାହାଲ ଗ୍ରା.ପ.ରୁ ଜଣେ, ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୪, ୧୮ ଓ ୨୦ରୁ ଜଣେ ଲେଖାଏଁ ଏବଂ ୧ରୁ ୨ ଜଣ, ବେଲପଡ଼ା ବ୍ଲକ ବେଲପଡ଼ା ଗ୍ରା.ପ.ରୁ ୨ ଜଣ ଓ ମଣ୍ଡଲ ଗ୍ରା.ପ.ରୁ ଜଣେ, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୮ରୁ ଜଣେ, ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ଗ୍ରା.ପ.ରୁ ୨ ଜଣ ଓ ଲାଠୋର ଗ୍ରା.ପ.ରୁ ଜଣେ, ଲୋଇସିଂହା ବ୍ଲକ କୁଶଙ୍ଗ ଗ୍ରା.ପ.ରୁ ଜରେ, ମୁରିବାହାଲ ବ୍ଲକ ମୁରିବାହାଲ ଗ୍ରା.ପ.ରୁ ଜଣେ, ପାଟଣାଗଡ଼ ବ୍ଲକ ଯୋଗୀମୁଣ୍ଡା ଗ୍ରା.ପ.ରୁ ୨ ଜଣ, ବରପଦର ଗ୍ରା.ପ.ରୁ ଜଣେ, ମରୁଆଁ ଗ୍ରା.ପ.ରୁ ଜଣେ, ପାଟଣାଗଡ଼ ବ୍ଲକ ୱାର୍ଡ ନଂ.୨ରୁ ଜଣେ, ୮ରୁ ୩ ଜଣ, ୩ରୁ ୨ ଜଣ, ୭ରୁ ୩ ଜଣ, ପୁଇଁନ୍ତଲା ବ୍ଲକ ରଣ୍ଡା ଗ୍ରା.ପ.ରୁ ଜଣେ, ସଇଁନ୍ତଲା ବ୍ଲକ ସଇଁନ୍ତଲା ଗ୍ରା.ପ.ରୁ ଜଣେ, ବଡ଼ମାଲ ଓ ଶିଶକେଲା ଗ୍ରା.ପ.ରୁ ୨ ଜଣ ଲେଖାଏଁ, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୩ରୁ ଜଣେ, ୪ରୁ ୩ ଜଣ, ୮ରୁ ଜଣେ ଓ ୧୫ରୁ ୨ ଜଣ ସଂକ୍ରମିତ ହୋଇଥିବା ସୂଚନା ଦିଆଯାଇଛି । ଏବେ ଜିଲ୍ଲାରେ ୧୭୭ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.