pakka

ଲୋଇସିଂହାରେ ବଜ୍ରପାତ ନେଲା ୩ ଜଣଙ୍କ ଜୀବନ

l2

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହାରେ ବଜ୍ରପାତ ନେଲା ୩ ଜଣଙ୍କ ଜୀବନ । ଲୋଇସିଂହା ଜଡ଼ାମୁଣ୍ଡା ଠାରେ ଆଜି ସନ୍ଧ୍ୟା ସାଢ଼େ ୭ଟାରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଥିବା କୁହାଯାଇଛି । ମୃତକ ମାନେ ହେଲେ ଜଡ଼ାମୁଣ୍ଡା ଗ୍ରାମର ପ୍ରଶାନ୍ତ ତାଣ୍ଡି, ଚନ୍ଦନ ଝାଙ୍କର ଓ କାହ୍ନୁ ମୁଣ୍ଡା । ଚନ୍ଦନ ନାବାଳକ ଥିବାବେଳେ ବାକି ଦୁଇଜଣଙ୍କ ବୟସ ୨୦ ରୁ ୨୫ ବର୍ଷ ମଧ୍ୟରେ ବୋଲି ସୂଚନା ମିଳିଛି । ଆଜି ସନ୍ଧ୍ୟାରେ ନିକଟସ୍ଥ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଅଚାନକ ବର୍ଷା ହେବାରୁ ତିନିଜଣ ଏକ ଗଛତଳେ ଆଶ୍ରୟ ନେଇଥିଲେ ଓ ସେହି ସମୟରେ ହଠାତ ବଜ୍ରପାତ ହେବା ଯୋଗୁଁ ଏଭଳି ଅଘଟଣ ଘଟିଥିବା ଜଣାଯାଇଛି । ପରିବାର ତଥା ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଲୋଇସିଂହା ଡାକ୍ତରଖାନା ଆଣିଥିଲେ ମଧ୍ୟ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

pp
Leave A Reply

Your email address will not be published.

1 × 1 =