pakka

ବଜ୍ରାଘାତରେ ୨ ମୃତ, ୫ ଆହତ

bbehera

ବରପାଲି, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଅପରାହ୍ନରେ ବରପାଲି ବ୍ଲକ ଅନ୍ତର୍ଗତ ବରିକେଲ ଗ୍ରାମର ନୂଆଟିକ୍ରାଠାରେ ବଜ୍ରାଘାତରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ଅବସ୍ଥାରେ ବରଗଡ଼ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ଆଜି ଦିନ ସାଢେ ତିନି ଟାରେ ହଠାତ୍ ଘଡଘଡି ସହ ବର୍ଷା ହୋଇଥିଲା । ଫଳରେ ସେଠାରେ ବିଲରେ ବେଉଷଣ (ପହ୍ଲା ରୁଆ) କରୁଥିବା ସାତ ଜଣ ନିକଟ ରାସ୍ତା କଡ଼ରେ ଥିବା ଏକ କୁଡ଼ିଆ ଦୋକାନ ଛାତ ତଳେ ଆଶ୍ରୟ ନେଇଥିଲେ । ସେତେବେଳେ ହଠାତ୍ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ସମସ୍ତେ ଗୁରୁତର ହୋଇ ପଡିଥିଲେ । ସଂଗେ ସଂଗେ ଗ୍ରାମବାସୀମାନେ ପ୍ରଥମେ ବରପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ତେବେ ସେଠାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ସେହିପରି ଉକ୍ତ ବ୍ଲକର ପାଟକୁଲୁଣ୍ଡା ଗ୍ରାମରେ ବଜ୍ରପାତରେ ୮ଟି ଛେଳି ଓ ଗୋଟିଏ ବଳଦର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

15 − 1 =