csstore

ବଙ୍ଗୋମୁଣ୍ଡା ବ୍ଲକ ଏନ୍‌ପିଏସ୍‌ ଶିକ୍ଷକ ସଂଘର ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବରୋବାହାଲ ଉଦ୍ୟାନ ବିଭାଗର ଚାରା ଉତ୍ପାଦନ କେନ୍ଦ୍ରଠାରେ ବଙ୍ଗୋମୁଣ୍ଡା ବ୍ଲକ ଏନ୍‌ପିଏସ୍‌ ଶିକ୍ଷକ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶିକ୍ଷକ ସଂଘର ସଭାପତି କୋଷରାଜ ବେହେରାଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ସହ ନୂତନ ପେନସନ ଉଚ୍ଛେଦ କରି ପୁରୁଣା ପେନସନ ଲାଗୁ କରିବା ପାଇଁ ଆସନ୍ତା ୧୫/୧୦/୨୦୨୨ ଦିନ ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟଠାରେ ରେଲି ଓ ଜିଲ୍ଲାସ୍ତରୀୟ ଆସନ୍ତା ୨୯/୧୦/୨୦୨୨ରେ ବଲାଙ୍ଗିରଠାରେ ରେଲିରେ ସମସ୍ତ ଶିକ୍ଷକମାନେ ଯୋଗ ଦେବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା କିପରି ଭାବେ ସମାଧାନ ହେବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏଥିରେ ଏନ୍‌ପିଏସ୍‌ ଶିକ୍ଷକ ସଂଘର ଶିକ୍ଷକ ରାଘବ ବାଗ, ଜିତାମିତ୍ର ବିଶି, ଅମୀୟ ନାଗ, ଦେବରାଜ ମେହେର, ହରପ୍ରସାଦ ମାଝୀ, କୁମରମଣି ବେହେରା, ନରହରି ସାହୁ, ତିବ୍ରରାଜ ମେହେର, ନେତ୍ରାନନ୍ଦ ପ୍ରଧାନ, ଠୁଲାସୁନ୍ଦର ବେହେରା, ମିନିକେତନ ମାଝୀ, ନରେଶ ମାଝୀଙ୍କ ସହ ବହୁ ଶିକ୍ଷକ ମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.