pakka

ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘର ଯୋଜନା ଓ ସମନ୍ୱୟ ବୈଠକ ଅନୁଷ୍ଠିତ

bbehera

ଫୁଲବାଣୀ : ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘର କାର୍ଯ୍ୟକାରିଣୀ ଓ ସମନ୍ୱୟ ବୈଠକ ରାମ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ମୁଣ୍ଡିଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଗାମୀ ତିନି ବର୍ଷ ପାଇଁ ମହାସଂଘର ଯୋଜନା ପ୍ରସ୍ତୁତି ସହିତ ଏହାର ସୁଦୃଢିକରଣ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । କିପରି ସାମାଜିକ ଅନୁଷ୍ଠାନମାନେ ପଂଚାୟତରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ସରକାରଙ୍କ ସହିତ ସମନ୍ୱୟ ରଖି କନ୍ଧମାଳ ଜିଲ୍ଲାର ବିକାଶ ଦିଗରେ କାର୍ଯ୍ୟ କରିପାରିବେ ସେ ଉପରେ ଆଲୋଚନା ହୋଇଥିଲା । ବିଶେଷକରି ଜିଲ୍ଲାରେ ଥିବା ମୁଖ୍ୟ ସମସ୍ୟା ମଧ୍ୟ ଶିକ୍ଷା, ମାଇଗ୍ରେସନ (ଦେଶାନ୍ତରଣ), ପେସା ଆଇନ ଭଳି ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଉପସ୍ଥିତ ସଦସ୍ୟମାନେ ଗୁରୁତ୍ୱ ଆରୋପ କରିଥିଲେ । ଉକ୍ତ ବୈଠକରେ ସଭ୍ୟା ସାବିତ୍ରୀ ଦେବୀ, ଚନ୍ଦ୍ରକାନ୍ତ ନାୟକ, ବରଦା ପ୍ରସନ ନାୟକ, ରବୀନ୍ଦ୍ର କୁମାର ପଣ୍ଡା, କୈଳାଶ ଚନ୍ଦ୍ର ଦଣ୍ଡପାଟ, କେଶମତି ପ୍ରଧାନ ଅଂଚଳର ବିଭିନ୍ନ ସମସ୍ୟା ଉପସ୍ଥାପନା କରିଥିଲେ । ଅନ୍ୟାନ ସଦସ୍ୟ ପ୍ରଦୀପ କୁମାର ଦାସ, ଜଳନ୍ଦର ବେହେର ଦଳେଇ, ଫାଦର ମଦନ ସୁଆଲ ସିଂ, ଲିଙ୍ଗରାଜ ପ୍ରଧାନ, ସାନ୍ତନୁ ମିଶ୍ର ପ୍ରମୁଖ ସାଙ୍ଗଠନିକ ସୁଦୃଢିକରଣ ଉପରେ ମତ ପ୍ରକାଶ କରିଥିଲେ । ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘ ଆଗାମୀ ଦିନରେ କିପରି ରାଜ୍ୟରେ ଏକ ଆଦର୍ଶ ଅନୁଷ୍ଠାନ ହୋଇ କାର୍ଯ୍ୟ କରିବ ସେ ଉପରେ ଅନେକ ସଦସ୍ୟ ମତ ଦେଇଥିଲେ । ଆବାହକ ଇଂ.ହରିଶଙ୍କର ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଚନ୍ଦ୍ରକାନ୍ତ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

two × three =