oom

ଜିଲ୍ଲା ଦଳିତ ବିକାଶ ମଞ୍ଚର ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଦଳିତ ବିକାଶ ମଞ୍ଚ ବଲାଙ୍ଗିରର ସାଧାରଣ ପରିଷଦ ବୈଠକ ସ୍ôଥାନୀୟ ଡୁଙ୍ଗୁରିପଡାଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ନଟରାଜ ନାଗଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉକ୍ତ ସଭାରେ ସମ୍ପାଦକ ବିପିନ ନନ୍ଦ, କୋଷାଧ୍ୟକ୍ଷ ମୁରଳିଧର ସୁନା, ଭୁବନ ନାଗ, ଆଇନଜୀବୀ ପ୍ରତିସାଗର ମହାନନ୍ଦ, ଶିକ୍ଷାବିତ ମିନକେତନ କୁମ୍ଭାର ମଞ୍ଚାସୀନ ଥିଲେ । ନିକଟ ଅତୀତରେ ଅନୁଷ୍ଠାନଟି ପଞ୍ଜିକୃତ ହୋଇଥିବାରୁ ଜିଲ୍ଲା ପ୍ରଶାସନକୁ ସଭାରେ ଧନ୍ୟବାଦ ଦିଆଯାଇଥିଲା । ଚଳିତ ବର୍ଷ କରାଯାଇଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟଗୁଡିକ ଉପରେ ଆଲୋଚନା ହୋଇଥିଲା । ସଭାର ଦ୍ୱିତୀୟ ଅଧିବେଶନରେ ନୂତନ କାର୍ଯ୍ୟକାରୀ କମିଟି ନିମନ୍ତେ ସଭ୍ୟ ମନୋନୟନ କରାଯାଇଥିଲା । ସର୍ବସମ୍ମତି କ୍ରମେ ନଟରାଜ ନାଗ ସଭାପତି, ଲୋକନାଥ ସୁନା(କ) ଓ ଗୋପବନ୍ଧୁ ଜଗଦଲା ଉପସଭାପତି, ଭୁବନ ନାଗ ସାଧାରଣ ସମ୍ପାଦକ, ନୀଳକଣ୍ଠ ସୁନା ସହ ସମ୍ପାଦକ, ହେମସୁନ୍ଦର ନାଗ ସାଙ୍ଗଠନିକ ସମ୍ପାଦକ, ବୃନ୍ଦାବନ ନାଗ କୋଷାଧ୍ୟକ୍ଷ, ବିିରେନ୍ଦ୍ର ରାୟ ସହ କୋଷାଧ୍ୟକ୍ଷ ରୂପେ ମନୋନୀତ ହୋଇଥିବା ବେଳେ ଆଇନ ପରାମର୍ଶଦାତା ରୂପେ ପ୍ରୀତିସାଗର ମହାନନ୍ଦ ଓ ହିସାବ ନିରୀକ୍ଷକ ରୂପେ ବିପିନ ନନ୍ଦ, ଦଶମୁ ସୁନା ମନୋନୀତ ହୋଇଥିଲେ । ନେପାଲ ଚନ୍ଦ୍ର ବାଗ ଗଣମାଧ୍ୟମ ସଂଯୋଜକ ରୂପେ ମନୋନୀତ ହୋଇଥିଲେ । ମୁରଳୀଧର ସୁନା, ଘନଶ୍ୟାମ ମହାନନ୍ଦ, ଲୋକନାଥ ସୁନା (ଖ), ବାସୁଦେବ ମୁଗ୍ରୀ ଓ ମିନକେତନ କୁମ୍ଭାର କାର୍ଯ୍ୟକାରୀ କମିଟିର ସଭ୍ୟ ରୂପେ ବଛା ଯାଇଥିଲେ । ଗୋବର୍ଦ୍ଧନ ଭୋଇ, କରୁଣାକର ବାଗ, ନୀଳାଚଳ ଦୀପ, ଯୁଗଲାଲ ଜଗଦଲା, କଳିଙ୍ଗ ସୁନା, ସୁରେଶ ଦେବ, ସୁରେନ୍ଦ୍ର ଛତର, ବିମ୍ବାଧର ମହାନନ୍ଦ, ଭୀମସେନ ବାଗ, ହଳଧର ନିଆଲ, ମେଘରାଜ ଜଗଦଲା, ବିଶ୍ୱମିତ୍ରା ନାଗ, ଚୈତନ୍ୟ କୁମ୍ଭାର, ନରେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସଭାର ପ୍ରାରମ୍ଭରେ ଦଣ୍ଡୁୁଆ କୁମ୍ଭାରଙ୍କ ନେତୃତ୍ୱରେ ବୁଦ୍ଧ ବନ୍ଦନା ଅନୁଷ୍ଠିତ ହୋଇଥିଲା । ସଭାର ସଂଯୋଜନା ଘନଶ୍ୟାମ ମହାନନ୍ଦ କରିଥିବା ବେଳେ ସଭ୍ୟ ନେପାଲ ବାଗ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.