ମିଳିତ ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକ

କଣ୍ଟାମାଲ, (ମମତା ମହାକୁର) : ମିଳିତ ପ୍ରାଥମିକ ଶିକ୍ଷକ ସଂଘ କଣ୍ଟାମାଲର କାର୍ଯ୍ୟକାରିଣୀ ବୈଠକ କଣ୍ଟାମାଲ ଏମ୍‌.ଇ ସ୍କୁଲଠାରେ ସଂଘର ସଭାପତି ନିଳାଚଳ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୁଗ୍ମ ସଂପାଦକ ରଂଜୁ ଅମାତଙ୍କ ଦ୍ୱାରା ପୂର୍ବ ନିର୍ଦ୍ଧାରିତ ପ୍ରସ୍ତାବଗୁଡିକ ଉପସ୍ଥାପନ କଲାପରେ ଗୃହରେ ଗୃହୀତ ହୋଇଥିଲା । ଆଗମୀ ଜୁଲାଇ ୧୬ ତାରିଖରେ ପୁରୁଣା ପେନସନକୁ ନେଇ ଏକ ରାଲିର ଆୟୋଜନ କରିବାକୁ ପ୍ରସ୍ତାବ ଗୃହୀତ ହେବା ସହ ଆସନ୍ତା ଜୁଲାଇ ୩ ତାରିଖରେ ଏବିଇଓ ଫାଲ୍‌ଗୁନି ମାଝୀ ଅବସର ନେଉଥିବାରୁ ମିଳିତ ସଂଘ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରିବାର ପ୍ରସ୍ତାବକୁ ସମସ୍ତେ ସ୍ୱାଗତ କରିଥିଲେ ଏବଂ ଜୁଲାଇ ୧୬ରେ ପୁରୁଣା ପେନସନ, ୨୮୦୦ ଟଙ୍କା ଗ୍ରେଡ ପେ ପ୍ରଦାନ, ଡ଼ିଇପି ସିଟିଙ୍କୁ ବିଇଡି ପାଇଁ ସୁଯୋଗ ପ୍ରଦାନ ଆଦି ଶିକ୍ଷକଙ୍କ ସମସ୍ତ ସମସ୍ୟା ସମାଧାନ କିପରି କରିହେବ ତା’ଉପରେ ସଂଘ ପକ୍ଷରୁ ଏକ ଦାବୀପତ୍ର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସଭାପତି ନୀଳାଚଳ ଭୋଇ କହିଛନ୍ତି । ଅନ୍ୟ ପକ୍ଷରେ କଣ୍ଟାମାଲରେ ଜଣେ ସ୍ଥାୟୀ ବିଇଓ ନଥିବାରୁ ତୁରନ୍ତ ସ୍ଥାୟୀ ବିଇଓଙ୍କୁ ନିଯୁକ୍ତ ପାଇଁ ସଂଘ ପ୍ରୟାସ କରୁ ବୋଲି ଉପସ୍ଥିତ ବରିଷ୍ଠ କାର୍ଯ୍ୟକର୍ତାମାନେ ମତପ୍ରକାଶ କରିଥିଲେ । ସଂଘର ସାଧାରଣ ସଂପାଦକ ଶିଶିର ଖଟୁଆ ସରକାର ତୁରନ୍ତ ଦାବୀ ପୂରଣ ନ କଲେ ସମଗ୍ର ରାଜ୍ୟରେ ନିଆଁ ଜଳିବ ବୋଲି କହିଥିଲେ । ଅନ୍ୟମାଙ୍କ ମଧ୍ୟରେ ସଂଘର ଉପସଭାପତି ସୁଦାମ ମିଶ୍ର, କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟ ରଣା, ରୋହିତାସ୍ୱ ମଲ୍ଲିକ, ଶଶାଙ୍କ ପୋଢ଼, ମଦନ ବେହେରା, ଯୁଧିଷ୍ଠିର କଁଅର, ହୃଦାନନ୍ଦ ଦାନ୍ତା, ନୈରାଶ୍ୟ ସୁନା, ମନୋରଞ୍ଜନ ନାଏକ, ପ୍ରଜିନା ପାଢ଼ୀ, ସୁକଦେବ ମହାଳିକ, ରାଜେନ୍ଦ୍ର ନାଏକ, ବିଜୟ ମାଝୀ, ମହେନ୍ଦ୍ର ଲୁହା, ଅଶୋକ ମହାନ୍ତି, ଭାଗିରଥି କର୍ମୀ, ଜଗତ ମୋହନ ସାହୁ, ବେଦବ୍ୟାସ ପୁଟା, ଅକୁର ହରିପାଳ, ହୃଷିକେଶ ସିଂ ପ୍ରମୁଖ ଯୋଗଦେଇ ଥିଲେ । କାର୍ଯ୍ୟକାରିଣୀ ସଦସ୍ୟ ନିରାକାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

17 − fourteen =

error: Content is protected !!