csstore

ବଲାଙ୍ଗିର ଜିଲ୍ଲାରେ ‘ନଶାମୁକ୍ତ ଭାରତ ଅଭିଯାନ’ ଜରିଆରେ ନଶାମୁକ୍ତି କେନ୍ଦ୍ର ପ୍ରତିଷ୍ଠା ସମ୍ପର୍କିତ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ‘ନଶାମୁକ୍ତ ଭାରତ ଅଭିଯାନ’ ଜରିଆରେ ନଶାମୁକ୍ତି କେନ୍ଦ୍ର ପ୍ରତିଷ୍ଠା ସମ୍ପର୍କିତ ପ୍ରସ୍ତୁତି ବୈଠକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲିପ କୁମାର ପଟେଲ, ସିଡିଏମ୍‌ଓ ଡା, ସ୍ନେହଲତା ସାହୁ, ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲର ଡିନ୍‌ ତଥା ଅଧ୍ୟକ୍ଷା ଡା. ସବିତା ମହାପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସନ୍ଥ ଲାଲ୍‌ ଦୀପ, ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲର ମାନସିକ ରୋଗ ବିଭାଗର ସହକାରୀ ପ୍ରଫେସର ଡା. ଆଶୀର୍ବାଦ ଶତପଥୀ, ଅବକାରୀ ଅଧିକ୍ଷକ ନାରାୟଣ ମେହେରଙ୍କ ସମେତ ପଲ୍ଲୀ ଆଲୋକ ପାଠାଗାର, ଆଶା, ରାମଜୀ ଯୁବକ ସଂଘ, ସେବା, ବିଙ୍ଗ ହ୍ୟୁମେନ ଫାଉଣ୍ଡେସନ୍‌, ମହେଶ୍ୱରୀ ଯୁବା ସଂଘ, କେବିକେ ମହିଳା ଅନାଥ ଏସୋସିଏସନ୍‌, ମିଶନ ଆଗ୍ରୋ, ଝାରସୁଗୁଡା ଆଦି ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.