jsm

ଅଖିଳ ଭାରତୀୟ ଗୋଣ୍ଡ ସମାଜର ବୈଠକ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଅଖିଳ ଭାରତୀୟ ଗୋଣ୍ଡ ସମାଜର ଶ୍ରୀ ଶ୍ରୀ ନୃସିଂହନାଥ ସ୍ଥିତ ବଡଦେଓ ମଣ୍ତପଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ଶ୍ରୀ ବୁଢାଦେଓ ଠାରେ ପୂଜାର୍ଚ୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସଭାରେ ନନ୍ଦ କିଶୋର ଧରୁଆଙ୍କୁ ସଭାପତି ଭାବେ ଗ୍ରହଣ କରାଯାଇଥିବା ବେଳେ ସଭାକାର୍ଯ୍ୟ ନରସିଂହ ଧରୁଆ ପରିଚାଳନା କରିଥିଲେ । ବୈଠକରେ ବିବାହ ପ୍ରଥା ଓ ସମାଜର ରୀତିନୀତି, ଆଗାମୀ ବୈଶାଖ ମେଳାରେ ସମାଜ ତରଫରୁ ପାନୀୟଜଳ ଓ ଯାତ୍ରୀଙ୍କ ସୁବ୍ୟବସ୍ଥା କିପରି ହୋଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା । ଏଥିରେ ପଦ୍ମପୁର, ଝାରବନ୍ଧ, ପାଇକମାଲ ବ୍ଲକ ବିଭିନ୍ନ ପଦ ପଦାଧିକାରୀ ମାନେ ଉପସ୍ଥିତ ଥିଲେ । ବୈଠକରେ ଦର୍ଲିପାଲି ଗୁଡି ଆୟୋଜକ ସମିତି ଗଠନ କରାଯାଇ ଥିବାବେଳେ ସଭାପତି ଭାବେ ଗଣେଷ ଧରୁଆ, ଉପ ସଭାପତି ଶ୍ରୀମତୀ ଯମୁନା ଧରୁଆ, ସଚିବ କୃଷ୍ଣି ଧରୁଆ, ସଂପାଦକ ଲୋକନାଥ ଧରୁଆ, ସମିତି ସଦସ୍ୟ ତୁଲସୀରାମ ଧରୁଆ, ସମିତିସଭ୍ୟ ସତ୍ୟବାନ ଧରୁଆ, କୁମଦିନୀ ଧରୁଆ, ସକୁନ୍ତଲା ଧରୁଆ, ଚପରାସି ଭାବେ ବଳରାମ ଧରୁଆଙ୍କୁ ମନୋନୀତ କରାଯାଇଥିଲା । ବୈଠକରେ ଚୈତୁ ସିଂ ଦାଉ, ଭାଗବତିଆ ସିଂ ଦାଓ, ଶୋଭାରାମ ଧରୁଆ, କପୁରଚନ ଧରୁଆ, ଦୁର୍ଯ୍ୟୋଧନ ପୁଟା, ଗୌରେସନ ଧରୁଆ, ଭୁବନ ଧରୁଆ, କେଶବ ଧରୁଆ, ବସନ୍ତ ଧରୁଆ, ଚିତ୍ତରଞ୍ଜନ ପୋରେ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭା ଶେଷରେ ନରସିଂ ଧରୁଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.