pakka

ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଏକ ସଭା ନୀଳମଣି ମିଶ୍ରଙ୍କ ସଭାପତିତ୍ୱରେ ସ୍ଥାନୀୟ ନରସିଂହ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ଅବସରପ୍ରାପ୍ତ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଯେଉଁ କର୍ମଚାରୀମାନେ ତାଙ୍କର ଅବସରକାଳୀନ ପେନ୍‌ସନ୍‌ ପାଇନାହାନ୍ତି ଉକ୍ତ ସମସ୍ୟାର ସମାଧାନ ପାଇଁ ଉପରିସ୍ଥ ଅଧିକାରୀଙ୍କ ସହ ପତ୍ରାଳାପ କରିବା ପାଇଁ ସଭାରେ ସ୍ଥିର କରାଗଲା । ସରକାରଙ୍କ ଦ୍ୱାରା ଅବସରପ୍ରାପ୍ତ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ଭତ୍ତା ଦିଆଯିବାକୁ ସରକାରଙ୍କଠାରେ ଦାବୀ କରାଯିବାକୁ ପ୍ରସ୍ତାବ ଗୃହିତ ହୋଇଥିଲା । ଏହା ବ୍ୟତୀତ ସଂଘର ନିଜସ୍ୱ ସଭାଗୃହ ନ ଥିବାରୁ ଏବାବଦରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବାକୁ ସ୍ଥିର କରାଗଲା । ଏହି ସଭାରେ ସଂଘର ପୂର୍ବତନ ସଭାପତି ସତ୍ୟବନ୍ତ ବେଦବାକ, ଜୟକୃଷ୍ଣ ଦାଶ ଶର୍ମା, ଉପସଭାପତି ଗୋପବନ୍ଧୁ ପୁରୋହିତ, ପ୍ରଶନ୍ନ ମିଶ୍ର, ପର୍ଶୁରାମ ନାୟକ, ଗୋବିନ୍ଦ ଚନ୍ଦ୍ର ମିଶ୍ର, ହରେକୃଷ୍ଣ ପଟେଲ, ମାଲିଆ ଗଡୁଆ ଆଦି ଆଲୋଚନାରେ ଭାଗ ନେଇଥିଲେ ।

Leave A Reply

Your email address will not be published.

11 + 2 =